Breaking News

ଅତାବିରାରେ ଚୋରଙ୍କ ଆତଙ୍କ,ଭାଗ ଚାଷୀଙ୍କ ଧାନ ଖଳାରୁ ଚୋରି


   ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା ଗ୍ରାମର ଭାଗଚାଷୀ ବିରେନ୍ଦ୍ର କୁମ୍ଭାରଙ୍କ ୨୧ପ୍ୟାକେଟ ଧାନ ଓ ଡାକ୍ତର ବାଗଙ୍କ ୧୩ପ୍ୟାକେଟ ଧାନ ଚୋରି ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ବିରେନ୍ଦ୍ର ଓ ଡାକ୍ତର ଉଭୟେ ଜଂହାପଡା ରୁ ଦେବାହାଲ ଯିବା ରାସ୍ତାରେ ଜଂହାପଡା ହାଇସ୍କୁଲ ସମ୍ବୁଖରେ ରବିନ ବିଶିଙ୍କ ଖଳାରେ ଧାନ ଅମଳ କରି ସାରିବା ପରେ ପକେଟରେ ଧାନ ଭର୍ତ୍ତି କରି ରଖିଥିଲେ।ପର ଦିନ ସେମାନେ ଧାନକୁ ମାର୍କେଟକୁ ବିକ୍ରୀ କରିବାପାଇଁ ନେଇଥାନ୍ତେ।କିନ୍ତୁ ସକାଳ ହେଲାବେଳକୁ ଖଳାରେ ଗୋଟିଏ ପକେଟ ବି ଧାନ ଆଉ ନଥିଲା।ଯାହାକି ଗ୍ରାମରେ ଆଗରୁ କେବେ ଏଭଳି  ଖଳାରୁ ଚୋରି ହୋଇ ନଥିବା ଭାଗ ଚାଷୀ ଦ୍ବୟ ପ୍ରକାଶ କରିଥିଲେ।ତେଣୁ ସେମାନେ ନିର୍ଭୟରେ ଧାନକୁ ଖଳାରେ ରଖିଥିଲେ।ଘଟଣା ପରେ ଅତାବିରା ପୋଲିସକୁ ଉଭୟ ଚାଷୀଦ୍ୱୟ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ। ଏହାପରେ ପୋଲିସ ଖବରପାଇ ତଦନ୍ତପାଇଁ ଯାଇ ବିଭିନ୍ନ ଲୋକଙ୍କୁ ପଚରାଉଚୁରା ଆରମ୍ଭ କରିଦେଇଥିବା ଜଣାପଡିଛି।ତେବେ ୪ଦିନ ବିତି ଯାଇଥିଲେ ସୁଦ୍ଧା ଚୋର ମାନଙ୍କ ଅନୁସନ୍ଧାନ ମିଳିପାରିନାହିଁ।ଯାହାକି ଅତାବିରା ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି।ହେଲେ ଭାଗଚାଷୀ ଦ୍ବୟ ଏସବୁ କଥା ଶୁଣି ବସି ପଡିଛନ୍ତି।ଏପଟେ ଜମି ମାଲିକକୁ କିପରି ଭାଗ ଧାନ ଦେବେ ଓ କିପରି ବ୍ୟାଙ୍କ ଓ ହାତ ଉଧାର କରିଥିବା ଋଣ ସୁଝିବେ ଏନେଇ ଚିନ୍ତାରେ ଚାଷୀ ପରିବାର । ବହୁ କଷ୍ଟକରି ଭାଗଚାଷୀ ବିରେନ୍ଦ୍ର ଦେଢ଼ ଏକର ଓ ଡାକ୍ତର ର ଅଧା ଏକର ଜମି ଚାଷ କରି ୩୪ପକେଟ ଧାନ ଅମଳ କରିଥିଲେ।ହେଲେ ତାହାବି ଚୋରି ହୋଇଯିବାପରେ ଏବେ ଚାଷୀ ତଥା ପରିବାର ଭାତମୁଠା ଛାଡି ଦେଇ ଘାରି ହୋଇପଡିଛନ୍ତି।ଆଶ୍ଚର୍ଯ୍ୟ କଥା ୩୪ପକେଟ ଧାନ କୌଣସି ଚାରି ଚକିଆ ଯାନ କିମ୍ବା ଦୁଇଟି ଗାଡ଼ି ନ ହେଲେ ନେଇ ପାରିବନି । ତଥାପି ଗାଁ ର ଗୋଟିଏ ବି ଲୋକ ଏହା ଜାଣିପାରିନାହାନ୍ତି କେମିତି ତାହା ପ୍ରଶ୍ନବାଚି ସୃଷ୍ଟି କରିଛି। ଅନ୍ୟ ପକ୍ଷେ ତୁରନ୍ତ ଚୋରି ଯାଇଥିବା ଧାନ ଜବତ କରୁ ନଚେତ୍ ଚାଷୀ ଦ୍ବୟଙ୍କୁ ଷତିପୂରଣ ଦେବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

 N Das
Baragarh
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts