କଇଁଚ ସୁରକ୍ଷା ସଚେତନତା
ପୁରୀ -----ପୂରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ମୁହାଣଠାରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ଅନେକ କଇଁଚ ମରି ପଡ଼ିଛନ୍ତି। ମୃତ କଇଁଚ ଗୁଡ଼ିକକୁ କୁକୁର ଓ କାଉ ଖାଉଛନ୍ତି।
କଇଁଚ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ନଭେମ୍ବର ମାସଠାରୁ ଏହି ଅଞ୍ଚଳ ଦେଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରରେ ଟ୍ରଲର ଓ ଯନ୍ତ୍ରଚାଳିତ ବୋଟ୍ ନେଇ ମାଛ ମାରିବାକୁ ନିଷେଧ କରାଯାଇଛି। ଏହି ମାସରେ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବୀକାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଞ୍ଜିକୃତ ମତ୍ସ୍ୟଜୀବୀଙ୍କୁ ପ୍ରତିମାସରେ ୭ହଜାର ୫ଶହ ଟଙ୍କା ଦେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର କଇଁଚ ସୁରକ୍ଷା ସଚେତନ କରାଯାଉଥିଲେ ବି କଇଁଚମାନଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଥିବା ଜଣାପଡିଛି । ଏପଟେ କଇଁଚ ସୁରକ୍ଷା ଲାଗି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେବି କଇଁଚ ମରି ପଡ଼ିଥିବା ଦେଖିବାକୁ ମିଳିଛି ।