Breaking News

ଅତାବିରା ପୋଲିସକୁ ଖୋଲା ଖୋଲି ଲୁଟୋରା ମାନଙ୍କର ଚାଲେଞ୍ଜ


 N das
BaraGarh
ବରଗଡ଼----   ବରଗଡ଼ ଜିଲ୍ଲାରେ ପୋଲିସ ପ୍ରଶାସନର ଅପାରଗତା ତଥା ଅବହେଳା ଯୋଗୁଁ ଅଞ୍ଚଳରେ ଲୁଟେରା ଓ ନିଶା ମାଫିଆ ମାନଙ୍କର ଦୌରାତ୍ମ ବୃଦ୍ଧି ପାଉଛି ।  ଅଞ୍ଚଳରେ ନୁଆଁ ନୁଆଁ ଚେହେରା ଦେଖିବାକୁ ମିଳୁଛି ।  ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ ହୋଇ ବୋମା ବିସ୍ଫୋରଣ ଘଟଣା ପର୍ଯନ୍ତ ଘଟି ଯାଇଛି ।ହେଲେ ଘଟଣା ଘଟିବାର ମାସ ଓ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ  ଗୋଟିଏ କେସର ପର୍ଦ୍ଧାଫାଶ କରିବାରେ ବିଫଳ ହୋଇଛି । ଏବେ ବି ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି।ତେବେ ବିଭିନ୍ନ ସମୟରେ ଅତାବିରା ମଧ୍ୟଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ କଡରେ ଦିନ ଦ୍ବୀପହରେ ଚୋରି ହେଉଛି ।  ଏବେ ଅଞ୍ଚଳରେ ଚୋର ଆତଙ୍କର ଭୟର 
ବାତାବରଣ ଖେଳାଇ ଦେଇଛି।  ସିସିଟିଭି କ୍ୟାମେରା ତଳୁ,ଏକ  ଗହଣା ଦୋକାନୀଙ୍କ ସରଳତା ଫାଇଦା ଉଠାଇ ପାଇଁ ଆଖି ପିଛୁଳାକେ ୪୦/୫୦ହଜାର ଟଙ୍କାର ସାମଗ୍ରୀ ନେଇ ଚମ୍ପଟ ମାରିଥିବାର ଅତାବିରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଇଛି । ସ୍ଥାନୀୟ ସରକାରୀ ଡାକ୍ତରଖାନା ନିକଟରେ ଥିବା ମହାଲକ୍ଷ୍ମୀ ଗହଣା ଦୋକାନୀଙ୍କ ପୁଅ ସମୀର ମହାରଣା ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ଏସପିଙ୍କ ନିକଟରେ ଦାବି କରିଛନ୍ତି। 

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts