କୁକୁଡା ଚାଷି ସଂଘର କର୍ମକର୍ତ୍ତା ମନୋନିତ
ଡେଲାଙ୍ଗ-----ଡେଲାଙ୍ଗ ବ୍ଲକ ଅଧିନସ୍ଥ ଗଡ କାଳୁପଡା ଗଡଚଣ୍ଡି ପୀଠରେ ଓଡିଶା ପଲଟ୍ରି ଆସୋସିଏସନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ କୁକୁଡା ଚାଷି ସଂଘର କର୍ମକର୍ତ୍ତା ଚୟନ କରାଯାଇଛି । ବ୍ଲକ କୁକୁଡା ଚାଷୀ ସଂଘର ସଭାପତି ଭାବେ ଗୋପାଳ ଚନ୍ଦ୍ର ସ୍ୱାଇଁ ସମ୍ପାଦକ ଭାବେ ପ୍ରଶାନ୍ତ ପ୍ରଧାନ ଓ କୋଷାଧକ୍ଷ ଚିତରଞ୍ଜନ ମାଝୀ ସର୍ବସମ୍ମତି କ୍ରମେ ମନୋନିତ ହୋଇଛନ୍ତି । ସେହିପରି ବ୍ଲକ ସଂଯୋଜକ ଭାବେ ଜନକୀ ବଲ୍ଲଭ ମହାନ୍ତି ଉପସଭାପତି ଭାବେ ସଦାନନ୍ଦ ପ୍ରଧାନ ସହ ସମ୍ପାଦକ ଭାବେ ଭଗବାନ ପରିଡା ଓ ଯୁଧୀଷ୍ଠିର ଜେନା ମନୋନୀତ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି