 |
kandhamala |
କନ୍ଧମାଳ--- ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଡ ଭିନିତ୍ କୁମାର ଶ୍ରୀବାସ୍ତବ । ପୁରୁଣା ବିଲ୍ ପାସ୍ କରାଇ ଦେବାପାଇଁ ଠିକାଦାରଙ୍କ ଠାରୁ ନେଉଥିଲେ ପାଞ୍ଚହଜାର ଟଙ୍କା ଲାଞ୍ଚ । ସୂଚନା ପ୍ରକାରେ ଗତ ୨୦୧୭-୧୮ ମସିହାରେ ପ୍ରଦୀପ କୁମାର ନାୟକ ନାମକ ଜଣେ ଠିକାଦାର ରେଭିନ୍ୟୁ ବିଭାଗର ଦେଢ଼କୋଟି ଟଙ୍କାର କର୍ମଚାରୀ ବାସଗୃହ ନିର୍ମାଣ କାମ କରିଥିଲେ । ସେହି କାମର କ୍ବାଲିଟି ସାର୍ଟିଫିକେଟ ବାବଦକୁ ଠିକାଦାର ପ୍ରଦୀପ ଏକ ଲକ୍ଷ ଟଙ୍କା ପାଇବାର ଥିଲା । ସେହି ଟଙ୍କାର ବିଲ୍ କରାଇଦେବାପାଇଁ ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବ ଠିକାଦାରଙ୍କୁ ପାଞ୍ଚ ହଜାର ଟଙ୍କା ମାଗିଥିଲେ । ଏନେଇ ଠିକାଦାର କନ୍ଧମାଳ ଭିଜିଲାନ୍ସ କୁ ଜଣାଇଥିଲେ । ଆଜି ବିଲ୍ ବାବଦକୁ ଠିକାଦାର ପ୍ରଦୀପ ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବଙ୍କୁ ପାଞ୍ଚହଜାର ଟଙ୍କା ଦେବା ସମୟରେ ଟଙ୍କା ସହ ଆକାଉଣ୍ଟାଣ୍ଟ ଭିନିତ୍ କୁମାର ଶ୍ରୀବାସ୍ତବଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆସନ୍ତା କାଲି ଅଭିଯୁକ୍ତ ଆକାଉଣ୍ଟାଣ୍ଟକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା