 |
Khandamala |
କନ୍ଧମାଳ----- କନ୍ଧମାଳ ର କ ନୂଆଗାଁ ବ୍ଲକ ର କୁରୁତୁଲି ପଞ୍ଚାୟତର ଶହ ଶହ ମହିଳା ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ପୁରୁଷ ଓ ମହିଳା ମାନେ ବାଲିଗୁଡା କୁ ଆସି ଉପଜିଲ୍ଲା ପାଳ ଏବଂ ଏସଡିପିଓ ଙ୍କୁ ଏବଂ ଅବକାରୀ ବିଭାଗ କୁ ଦାବିପତ୍ର ଦେଇଛନ୍ତି । ଦିନ କୁ ଦିନ ଚୋରା ମଦ ବେପାର ବଢିବାରେ ଲାଗିଛି । ଏହି ମଦ ଯୋଗୁ କେତେ ପରିବାରରେ ଅଶାନ୍ତ ସୃଷ୍ଟି ହେବା ଅଧାରେ ଚାଲିଯାଇଛନ୍ତି । ଏହାକୁ ନେଇ ଆଖ ପାଖ ଗ୍ରାମରୁ ମହିଳା ମାନେ ଆ଼ସି ଲୋକ ଆସି ଦେଶୀ ଏବଂ ବିଦେଶୀ ମଦ କିପରି ବନ୍ଦ ହେବ ସେ ପ୍ରତି ଦୁଷ୍ଟି ଦେବା କୁ ପ୍ରସାଶନି କୁ ଗୁହାରି କରିଥିଲେ। ସବୁଠୁ ବଡ଼ ଦୁଃଖର କଥା ବାଲିଗୁଡା ର ନିର୍ବାଚନ ମଣ୍ଡଳି ର ବିଧାୟକ ଗାଁରେ ମଦ ମୁତ ଦିନକୁ ଦିନ ବଢିଵାରେ ଲାଗିଛି । ସରକାର ଙ୍କ ଅଜବ ନୀତି ପ୍ରତି ପଞ୍ଚାୟତ ରେ ମଦ ଦୋକାନ ଖୋଲିଵା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଦେଖିବାକୁ ବାକି ରହିଲା ଏହି ମହିଳା ମାନଙ୍କ କଥା ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଛି ନା ପୁୁୁରୁଷ ମହିଳା ମାନଙ୍କୁ ଆଇନ ହାତକୁ ନେବାକୁ କହୁଛି ତାହା ଦେଖିବାକୁ ରହିଲା ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା