Breaking News

ସାମ୍ବାଦିକ ଭବନ ନିର୍ମାଣ ନିମନ୍ତେ ମନ୍ତ୍ରୀଙ୍କୁ ଦାବିପତ୍ର

 P mohapatra
jagatasinghpur
 ଜଗତସିଂହପୁର--- ଜଗତସିଂହପୁର ଜି୍ଲ୍ଲା ୟୁନିୟନ ଅଫ ଜୋର୍ଣ୍ଣାଲିଷ୍ଟ ପକ୍ଷରୁ ଜିଲ୍ଲା ସଂଘର ମହକୁମରାୀ ସାମ୍ବାଦିକ ଭବନ ନିମନ୍ତେ ସରକାରୀ ଜମି ଓ ସହାୟତା ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏକ ଦାବିପତ୍ର ପ୍ରଦା୍ନ କରାଯାଇଛି । ସଂଗଠନର ସଭାପତି ଶୁଭଙ୍କର ଜେନା , ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ଉପସଭାପତି ପ୍ରଳୟ ମହାପାତ୍ର, ସହ ସମ୍ପାଦକ ଗୌରାଙ୍ଗ ଚରଣ ସ୍ୱାଇଁ, ବାବୁଲି ଦାସ,ଜାମେଶ ଚନ୍ଦ୍ର ଗୋଛାୟତ, ପ୍ରତାପ କୁମାର ସିଂ, ପୁଣ୍ଟୁ ମୁଦୁଲି, ବସନ୍ତ ବେହେରା, ଅଶୋକ ରାୟ, ବାସୁଦେବ ବେହେରା, ମିହିର ନାୟକ, ଆର୍ତ୍ତାତ୍ରାଣ ପତି, ସୁରେଶ ଚନ୍ଦ୍ରଲେଙ୍କା ସୁଶାନ୍ତ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା  । ଖୁବଶିଘ୍ର ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସାମ୍ବାଦିକ ପ୍ରତିଶୃତି ଦେଇଛନ୍ତି । ଅନ୍ୟ ପକ୍ଷେ ଉକ୍ତ ଦାବିପତ୍ର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି  ।
ଜଗତସିଂହପୁରୁରୁ ପ୍ରଳୟ ମହାପାତ୍ର

Blog Archive

Popular Posts