Breaking News

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା; ଇଣ୍ଡୋନେସିୟାର ବାଲିନୋ ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

କୋଣାର୍କ----  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୧୯ର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିୟାର ଲୋକ ନୃତ୍ୟରେ ରାମାୟଣ କଥାବସ୍ତୁ ଓ ଓଡିଶୀ ନୃତ୍ୟରେ ସୂର୍ଯ୍ୟବନ୍ଦନାର ମୁର୍ଚ୍ଛନା ଉପସ୍ଥିତ କଳାପ୍ରେମୀ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା । ଆଜି ସନ୍ଧ୍ୟାରେ ଇଣ୍ଡୋନେସିୟାର ନୃତ୍ୟଶିଳ୍ପୀମାନେ କଳା, ସଂସ୍କୃତି, ପରମ୍ବରା ସହ ଜଡିତ ରାମାୟଣରେ ରାମ, ଲକ୍ଷ୍ମଣ,  ସୀତାଙ୍କ ବନବାସ, ରାବଣ ଦ୍ୱାରା ସୀତାହରଣ. ଜଟାୟୁବଧ, ରାବଣ ବଧକୁ ସ୍ଥାନୀୟ ଅଞ୍ଚଳର କଥିତ ଭାଷାରେ ନିକ୍ଷୁଣ ଭାବେ ପରିବେଷଶ କରିଥିଲେ ।
ଦ୍ୱିତୀୟ ସୋପନରେ ନୃତ୍ୟାଙ୍ଗନା ଅଲକା କାନୁଗୋ ଓ ସାଥି ନୃତ୍ୟଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ସୂର୍ଯ୍ୟ ବନ୍ଦନା । ଏଥିରେ ଶିଳ୍ପୀମାନେ ସୂର୍ଯ୍ୟଙ୍କ ଉପରେ ଆଧାରିତ ବିଭିନ୍ନ କଥାବସ୍ତୁକୁ ନେଇ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ମଞ୍ଚରେ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ । ମୁକ୍ତାକାଶ ରଙ୍ଗମଞ୍ଚରେ ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବେ,  ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ନର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ଓଡିଶା ପର୍ଯ୍ୟଟନ ଉନ୍ନୟନର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ପ୍ରମୁଖ  ଉପସ୍ଥିତ ଥିଲେ । ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକାକଳା ଉତ୍ସବକୁ ଆଜି ଲକ୍ଷାଧିକ ଦର୍ଶକ ଉପଭୋଗ କରିଛନ୍ତି । ଦ୍ୱିତୀୟ ଦିବସର ବିଷୟବସ୍ତୁ ଥିଲା ପ୍ରକୃତି, ବନ୍ୟପ୍ରାଣି, ପରିବେଷ ଓ ସବୁଜ ବନାନୀ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts