Breaking News

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ


କୋଣାର୍କ-----ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ସହର । ପରମ୍ପରା ଅନୁସାରେ ମାର୍ଗଶିର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମା ସମଲେଶ୍ବରୀଙ୍କ ମନ୍ଦିରରେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରିବା ପରେ ବାହାରିଥିଲା ସାଂସ୍କୃତିକ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ, କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଓ ଧନୁଯାତ୍ରା କମିଟିର କର୍ମକର୍ତ୍ତା । ଘଣ୍ଟ, ଶଙ୍ଖ, ସଂପ୍ରଦା, ଝାଂଜ, ଦୁଲଦୁଲି ବାଜାର ତାଳେ ତାଳେ ଉତ୍ସବ ମୁଖର ହୋଇଥିଲା  ସମଗ୍ର ସହର । ହାଟପଦା ସଂଚାର ମଣ୍ଡଳୀରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଲଗ୍ନ ଅନୁସାରେ ଜିଲ୍ଲାପାଳ ଓ ଏସପି ପୂଜାର୍ଚ୍ଚନା କରି ୭୧ ତମ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କରିଥିଲେ ।
ଆସନ୍ତା ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୧୦ ତାରିଖ ୧୧ ଦିନ ଧରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମୁକ୍ତାକାଶ ଧନୁଯାତ୍ରା ମହୋତ୍ସବ । ମହାରାଜା କଂସଙ୍କ ଅଟ୍ଟହାସ୍ୟ ଓ ଅତ୍ୟାଚାରରେ ଥରହର ହେବେ ପ୍ରଜାମଣ୍ଡଳ । ଲୋକବାଦ୍ୟ, ଲୋକନାଚ ଓ ଲୋକଗୀତରେ ଦୁଲୁକିବ ରାଜଦରବାର  ଲୋକମଣ୍ଡପ । ଆଉ ଲୋକ ମହୋତ୍ସବରେ ସାମିଲ ହେବେ ୨୦ ହଜାରରୁ ଊର୍ଦ୍ଧ୍ବ କଳାକାର । ଆସନ୍ତା କାଲିଠାରୁ ମଥୁରାନଗରୀ  ଗୋପପୁରରେ ଧନୁଯାତ୍ରା ମହୋତ୍ସବକୁ ନେଇ ଚାଲିବ ଜୋରଦାର ପ୍ରସ୍ତୁତି ଓ ନାଟ୍ୟ ଆଖଡ଼ା । ଏଥର ପୁଣି ଥରେ ଅଭିନେତା ଭୁବନେଶ୍ବର ପ୍ରଧାନ କଂସ ମହାରାଜା ଅଭିନୟ କରିବେ । ଗତବର୍ଷ ଭଳି ଏଥର ମଧ୍ୟ କଳାକାରମାନଙ୍କ ଅଭିନୟ ଆକର୍ଷଣୀୟ ହେବ ବୋଲି ଧନୁଯାତ୍ରା କମିଟି ଆଶା କରିଛନ୍ତି ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Popular Posts