Breaking News

ବରୀରେ କୁରାଳ ପଞ୍ଚମୀ ଉତ୍ସବ ପାଳିତ

ବରୀ---- ବରୀବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁରାଳ ପଞ୍ଚମୀ ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଛି । କୁମ୍ଭାକାର ବସ୍ତୀମାନଙ୍କରେ ଏହି ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗର ବିଦ୍ୟୁତ ଆଲୋକ ମାଳା ସାଙ୍ଗକୁ ତୋରଣ ଗୁଡିକ ଚିତାକର୍ଷକ ହୋଇଛି । ଏନେଇ ସମଗ୍ର ବରୀ ଅଂଚଳ ଉତ୍ସବ ମୁଖର ହୋଇଉଠିଛି । ଏହି ବ୍ଲକ ଅଧିନ ରମ୍ପା ପଞ୍ଚାୟତ ନେଉଳା ଗ୍ରାମରେ ରିତିନିତି ଅନୁଯାଇ ଲକ୍ଷ୍ମୀନାରୟଣଙ୍କ ମୃଣୟ ମୃତ୍ତି କରାଯାଇ ପୂଜା ଅର୍ଚ୍ଚନା କରାଯାଇଛି । ପ୍ରତ୍ୟେହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି  । ସେହି ପରି ବାଇଂଶିରିଆ, ବାଲିଆ,ଗହପାଳ,ଅଲ୍ଲିପୁର,ବାଲିଆପାଳ, ବନ୍ଧଢିଅ,ବନ୍ଧପଡା ଆଦି ଗ୍ରାମରେ ରିତି ନିତି ଅନୁଯାଇ କୁରାଳ ପଞ୍ଚମୀ ପୂଜା ଅର୍ଚ୍ଚନା କରାଯାଉଛି । ଏହା ପୁରାତନଐତିହ ,ସଂସ୍କୃତି ଓ ପରମ୍ପରାକୁ ଉଦ୍ଜିବିତ କରି ରଖିବା ସହିତ ଭାଇଚାରା କୁ ଦୃଢତା କରିବାରେ କୁରାଳ ପଞ୍ଚମୀ ଉତ୍ସବ ଏକ ମାର୍ଗ ବୋଲି କୁମ୍ଭକାର ବସ୍ତିର ସୁରେନ୍ଦ୍ର ମୁଦୁଲି,ବାନମ୍ବର ସେନାପତି,ରମେଶ ସେନାପତି.ଅନାମ ସେନାପତି, ଧିରେଶ ମୁଦୁଲି,ପୁରସ୍ତମ ମୁଦୁଲି ,ମାନସମୁଦୁଲି, ବାପି ମୁଦୁଲି  ପ୍ରମୁଖ କହିଛନ୍ତି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ


Blog Archive

Popular Posts