Breaking News

ନୀଳଗିରି ଥାନା ପକ୍ଷରୁ ଗାଡି ଚେକିଂ;ଚାଳକଙ୍କୁ ଘାରିଲା ଚିନ୍ତା

  ନୀଳଗିରି---ସରକାରଙ୍କ ୩ମାସ ରିହାତି ଘୋଷଣାର ଅବଧି ଶେଷ ପରେ ସାରା ରାଜ୍ୟରେ ଗାଡି କାଗଜ ପତ୍ର ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ କଡାକଡି ଭାବେ ଚେକିଂ ଚାଲିଛି ।  ନୀଳଗିରି ଥାନା ପକ୍ଷରୁ ଗାଡି ଚେକିଂକୁ ଯୋରଦାର କରାଯାଇଛି । ଅପରାହ୍ନରେ ନୀଳଗିରି ଆଇଆଇସି ମୀନତୀ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ମିତ୍ରପୁରକୁ ଯିବା ରାସ୍ତାରେ ସମସ୍ତ ଗାଡି ଗୁଡିକ ଚେକିଂ କରାଯାଇଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ବାଇକ୍ ଆରୋହୀ ମାନେ ବିନା ହେଲମେଣ୍ଟରେ ଗାଡି ଚଳାଉଥିବା ବେଳେ ତାଙ୍କ ପ୍ରତି ଗୁରୁତ୍ୱ ଦିଆଯାଇଥିଲା ।  ଯେଉଁ ଗାଡି ଚାଳକ ମାନେ ହେଲମେଣ୍ଟ ଓ ଚାରି ଚକିଆ ଯାନର ଚାଳକସିଟ୍ ବ୍ଲେଟ୍ ନପିନ୍ଧି ଗାଡି ଚଳନା କରୁଛନ୍ତି ତାଙ୍କୁ ଅଟକାଯାଇ ସଚେତନ କରାଯାଇଥିଲା । ପୋଲିସ ପକ୍ଷରୁ ଏହି ଚଢାଉ ଦେଖି ଗାଡି ଚାଳକ ମାନଙ୍କ ମନରେ ଛନକା ପସିଥିବାର ଦେଖାଯାଇଛି ।ସବ୍ଇନ୍ପେକ୍ଟର ବାସୁଦେବଜୟ ସିଂ ଓ ଏଏସ୍ଆଇ ଶରତ କୁମାର ଦଳଙ୍କ ନେତୃତ୍ୱରେ ଏହି ଚେକିଂ କରାଯାଇଥିବା ବେଳେ ଥାନାର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
 ନୀଳଗିରିରୁ ରତିକାନ୍ତ ପରିଡା

Blog Archive

Popular Posts