 |
Sakhigopal |
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଝାଡା ବାନ୍ତି ବିଭିନ୍ନ ଗ୍ରାମରେ ଆରମ୍ଭ ହୋଇଯାଇଛି । ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କନ୍ଦ୍ରେରେ ଏବେବି ଲୋକମାନେ ଚିକିତ୍ସା ହେଉଛନ୍ତି । ମାତ୍ର ବିପିଏମ ଓ ବିଇଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୁଚନା ନାହିଁ । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନେ ଚିକିତ୍ସା ହେଉଥିଲେ ମଧ୍ୟ ଅଧିକାରୀଙ୍କ ପାଖରେ ସୁଚନା ନାହିଁ ବୋଲି ନରେନ୍ଦ୍ରପୁର ସମିତିସଭ୍ୟ କହନ୍ତି । ସୁଚନାଯୋଗ୍ୟ ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ଗ୍ରାମରେ ଝାଡାବାନ୍ତି ଲାଗିବା ଯୋଗୁ ଧୁଳିରାମ ଜେନା (୩୦), ଶାନ୍ତନ ଜେନା (୫୪), ମିନାକ୍ଷୀ ଜେନା (୩୫), ଜନାର୍ଦ୍ଧନ ଜେନା (୪୦) ଓ ଗିତାଞ୍ଜଳି ଭୋଇ(୨୭)ନରେନ୍ଦ୍ରପୁର ଗ୍ରାମର ଝାଡାବାନ୍ତିରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଧୁଳିରାମ, ଜନାର୍ଦ୍ଧନ ଓ ମିନାକ୍ଷୀଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ସୁବାଷ ଚନ୍ଦ୍ର ପାଢ଼ୀ ମୂଳ ଅଳସା ଗ୍ରାମର ଝାଡାବାନ୍ତି ରୋଗରେ ସାକ୍ଷୀଗୋପାଳ ମେଡିକାଲରେ ଗୁରୁବାର ଠାରୁ ଚିକିତ୍ସା ହେଉଥିଲେ ମଧ୍ୟ ମାତ୍ର ଥରଟିଏ ଡାକ୍ତର ତାଙ୍କୁ ଦେଖିବା ପାଇଁ ଆସିଥିବା ତାଙ୍କ ସ୍ତୀ କବିତା ପାଢ଼ୀ କହନ୍ତି । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ସମ୍ପର୍କେ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଓ ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହଁ । ଯାହାକି ଖରାଦିନ ଆରମ୍ଭ ନ ହେବା ଆଗରୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି । ଦୁଷିତ ଗଡିଆ ଚୁଆ ପୋଖରୀ ପାଣି ପିଇବା ଯୋଗୁ ଝାଡାବାନ୍ତି ବ୍ୟପୁଥିବା ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହପ।।ତ୍ର କହିଛନ୍ତି । ତୁରନ୍ତ ଉକ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ସହ ଏକ ସ୍ୱତନ୍ତ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କୁ ଚିକିତ୍ସା କରିବା ସହ ସଚେତନତା କରାଇବା ପାଇଁ ସେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି