Breaking News

ବସ ପିଟିଲା ସ୍କୁଟିକୁ ; ସ୍କୁଟି ଚାଳକ ଗୁରୁତର

  ସାକ୍ଷୀଗୋପାଳ
 D senapati
Sakhigopal
----ଭୁବନେଶ୍ୱର -ପୁରୀ ୩ନଂ ୩୧୬ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ବସ ସ୍କୁଟିକୁ ଧକ୍କା ଦେଇଥିଲା  । ଯାହା ଫଳରେକି ସ୍କୁଟିଟି ବସ ସହିତ କିଛି ବାଟ ଘୋଷାଡି ହୋଇଥିବା ଜଣାପଡିଛି । ଏବଂ ସ୍କୁଟିର ପଛପଟ ସମ୍ପର୍ଣ୍ଣଭାଙ୍ଗି ରୁଜି ଯାଇଛି । ବସଟିଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା  । ଲଡ ଜଗନ୍ନାଥ  ଦଂ ଓଆର- ୦୨- ଏଜେ- ୯୩୮୭ ବସର ଡ୍ରାଇଭର ଗାଡି ଛାଡି ଦେଇ ଫେରାର ହୋଇଯାଇଥିବା ବେଳେ ସ୍କୁଟି ଚାଳକ ସାକ୍ଷୀଗୋପାଳ ଗେଟ ବଜାରର ରବି ଚୌଧୁରୀ ବୋଲି ଜଣାପଡିଛି । ସେ ସଙ୍ଗେ ସଙ୍ଗେ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ   ।  ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts