 |
Delang |
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ଆୟାଜିତ ପୁରଷ୍କାର ବିତରଣୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ ଯୋଗଦେଇ କ୍ରୀଡା ପାଇଁ ପୁରୀ ଜିଲ୍ଲାରେ ଡେଲାଙ୍ଗ ବ୍ଳକ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ଆସିଛି ସେଥିପାଇଁ ଡେଲାଙ୍ଗ ବ୍ଳକର କ୍ରୀଡା ଶିକ୍ଷକ ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ମୁଖ୍ୟବକ୍ତା ଭାବେ ପୁରୀ ନିମାପଡା ସମବାୟ ସମିତିର ନିର୍ଦ୍ଦେଶକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ଯୋଗଦେଇ ଶିକ୍ଷା ଓ କ୍ରୀଡା ଗୋଟିଲ ମୁଦ୍ରାର ଉଭୟ ପାଶ୍ୱର୍ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଗୋଲଖ ବରାଳ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହାଡିୀବନ୍ଧୁ ସ୍ୱାଇଁ ଯୋଗଦେଇ ପ୍ରତି ପିଲା କିଛିନା କିଛି ଶାରୀରିକ ପରିଶ୍ରମ କରିବା ଦରକାର ରହିଛି । ପୂର୍ବତନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାଞ୍ଚଟି ଗ୍ରୁଫରେ ୪୧ଗୋଟି ଖେଳ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାଦବ ଚନ୍ଦ୍ର ତ୍ରିପାଠୀ ଶିକ୍ଷକ ସଙ୍ଗୀତା ମହାନ୍ତି, ସ୍କୃତିରେଖା ଚୌଧୁରୀ, ଇତିଶ୍ରୀ ସ୍ୱାଇଁ, ଅର୍ଚ୍ଚନା ନାୟକ, ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଏକାଙ୍କିକା ସାମାଜିକ ନାଟକ ‘କଥା ଦେଇ କଥା ରଖିଲନାହିଁ ‘ ନାଟକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶେଷରେ ଅତିଥି ଭାନଙ୍କ ଦ୍ୱାରା କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର କର୍ମଚାରୀ କୃପାସିନ୍ଧୁ ସାହୁ, ପ୍ରଦୀପ ମହାପାତ୍ର, ରମେଶ ସ୍ୱାଇଁ ସୁବାଷ ରାଉତରାୟ ମନୋଜ ପରିଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି