Breaking News

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୧୯ ଉଦ୍ଯାପିତ

କୋଣାର୍କ----- ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିହେଉଥିବା ପଞ୍ଚଦିବସୀୟ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୧୯ ଗୁରୁବାର ସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ପୁରୀ ଗଜପତୀ ଦିବ୍ୟସିଂହ ଦେବ  ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପଜ୍ଜ୍ୱଳନକରି ଉତ୍ସବକୁ ଉଦ୍ଯାପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର. ବାଲକ୍ରିଷ୍ଣା, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗର ସଚିବ ବିଶାଲ କୁମାର ଦେବ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ନିର୍ଦ୍ଦେଶକ ସଚୀନ ରାମଚନ୍ଦ୍ର  ଯାଦବ, ଓଡିଆ ଭାଷା,ସାହିତ୍ୟ ତଥା ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ,ଇଫିକଲର ପରିଚାଳନା ନିର୍ଦ୍ଦେଶକ ନିତୀନ ଭାନୁ ଜାୱଲେ ପ୍ରମୁଖ ଉପସ୍ତିତ ଥିଲେ । ଉଦଯାପନୀ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ମୁମ୍ବାଇର ଭାରତନାଟ୍ୟମ ନୃତ୍ୟ ଗୁରୁ ବୈଭବ ଆରେକର ଓ ସାଥୀ ନୃତ୍ୟଶିଳ୍ପୀମାନେ ଭାରତନାଟ୍ୟ ନୃତ୍ୟ ପରିବେଷଣ କରିଥିଲେ  । ସକଳ ସକ୍ତିର ଆଧାର ସୂର୍ଯ୍ୟଦେବଙ୍କ ଉପାସନକୁ ନେଇ ‘ସୂର୍ଯ୍ୟସ୍ତୁତି’ ।
ଉଦଯାପନୀ ସନ୍ଧ୍ୟାର ଦ୍ୱିତୀୟାର୍ଘର  ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଶଣା କେନ୍ଦ୍ରର ରତିକାନ୍ତ ମହାପାତ୍ର ଓ ସାଥୀଙ୍କ ପକ୍ଷରୁ  ନୃତ୍ୟଶିଳ୍ପୀମାନେ ହରିବଂଶ ମହାପୂରାଣର ‘ହଂସଦୂତ’ ଗାଥାକୁ ନୃତ୍ୟାଭିନୟ ମାଧ୍ୟମରେ ମଞ୍ଚରେ ଉପସ୍ଥାପନ କରିଥିଲେ । ପାଞ୍ଚଦିନ ବ୍ୟାପୀ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ(ଓଡ଼ିଆ) ଓ ଡ.ସାଧନା ଶ୍ରୀବାସ୍ତବ (ଇଂରାଜୀ) ସଂଯୋଜନା କରିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସଂଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା, ସଙ୍ଗୀତ ନାଟକ ଏକାଡେମୀର କର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସଙ୍ଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଶୁସାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ  ଓଡ଼ିଶା  ସଙ୍ଗୀତ ନାଟକ ଏକାଡେମୀର ଅଧିକାରୀମାନେ ଉତ୍ସବ ପରିଚାଳନା କରିଥିଲେ । ଏହି ଅବସରରେ ଚନ୍ଦ୍ରଭାଗାଠାରେ ଆୟୋଜିତ ନବମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଅନ୍ତିମ ଦିବସରେ ୨ଲକ୍ଷରୁ ଅଧିକ ପର୍ଯ୍ୟଟକ ବାଲୁକା କଳା ଉପଭୋଗ କରିଥିଲେ । ଏହି ବାଲୁକା କଳା ଉତ୍ସବରେ ପ୍ରଦର୍ଶୀତ ହେଉଥିବା ପାଞ୍ଚଦିନର ବାଲୁକା କଳା କୃତିର ଫଳାଫଳକୁ ନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଲୁକା ଶିଳ୍ପୀଙ୍କୁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅତିଥିଙ୍କ ଦ୍ୱରା ମୁକ୍ତାକାଶ ରଙ୍ଗମଞ୍ଚରେ ଆର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ୱାବଧନାରେ ଏହି ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡିଶା ପର୍ଯ୍ୟଟନ ବିଭାଗ ଓ କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ କୋଣାର୍କ ଉତ୍ସବର ଅବ୍ୟବେହିତ ପୂର୍ବରୁ ନଭେମ୍ବର ୩୦ତାରିକରେ ସାଇକ୍ଲୋଥନ,  ଉତ୍ସବର ପ୍ରଥମ ଦିବସ ଡିସେମ୍ବର ୧ତାରିଖରେ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ଗଣଦୌଡ, କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଚତୁର୍ଥ ଦିବସରେ ସାହିତ୍ୟ ଆସର ଓ କବିତା ପାଠ ଉତ୍ସବ, କୋଣାର୍କ ସାମ୍ବାଦିକ ସଙ୍ଘ ପକ୍ଷରୁ ପଞ୍ଚମ ଦିବସରେ ସ୍ୱେଛାସେବୀ ଦିବସ ଏବଂ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଅର୍ବାନ ହାଟ ପରିସରରେ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି । ଉତ୍ସବ ଅବସରରେ  ହେଳିପ୍ୟାଡ ପଡିଆରେ ମିନାବଜାର ,  ହସ୍ତତନ୍ତ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ୪ଟି ଯାତ୍ର ଦଳର ଯାତ୍ର ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷର ଉତ୍ସବର ପୂର୍ବ ପ୍ରସ୍ତୁତି ଅନୁଯାୟୀ କୌଣସି ପ୍ରସ୍ତୁତି ହୋଇନଥିବା ଦେଖିବାକୁ ମିଳିଥିଲା । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟ, ଚନ୍ଦ୍ରଭାଗାଠାରେ ଆୟୋଜିତ ବାଲୁକା କଳା ଉତ୍ସବ ଓ ମିନାବଜାର ଅଞ୍ଚଳରେ ଆଶାତିତ ଦର୍ଶକ ଆଗମନ ହୋଇ ନଥିବା ଦେଖିବାକୁ ମିଳିଥିଲା ।  ଆଜି ଉତ୍ସବର ଶେଷ ଦିନ ହୋଇଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା ବେଳେ ଲୋକେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନ ବାହାନ ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲେ  । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ କୌଣସି ସୁଚିନ୍ତିତ ଯୋଜନା କରାଯାଇ ନ ଥିବାରୁ ଟ୍ରାଫି ସମସ୍ୟା ଉଦବେଗ ହୋଇଥିଲା । ମାଧିପୁର ଛକଠାରୁ ବସଷ୍ଟାଣ୍ଡ ଓ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଦୂର୍ଘଟଣାମାନେ ଘଟି ଥିଲା । ମୁକ୍ତାକାଶ ରଙ୍ଗ ମଞ୍ଚରେ ପାଞ୍ଚଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ପର୍ଯ୍ୟଟନ ବିଭାଗର ପକ୍ଷରୁ ସୂର୍ଯ୍ୟମନ୍ଦିରର ୨୦ଜଣ ଗାଇଡି  ଦର୍ଶକ ଓ ଅତିଥିମାନଙ୍କୁ ପାଛୋଟି ନେଇ ଗ୍ୟାଲେରୀରେ ବସାଉଥିଲେ ।
 କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts