କୋଣାର୍କ ଉତ୍ସବରେ ସାହିତ୍ୟ ଆସର
କୋଣାର୍କ----- କୋଣାର୍କ ଉତ୍ସବ- ୨୦୧୯ ଅବସରରେ ବୁଧବାର ଦିନବେଳା ମୁକ୍ତାକାଶ ରଙ୍ଗମଞ୍ଚ ପରିସରସ୍ଥ ବରଗଛ ଛାଇରେ ଆୟୋଜିତ ହୋଇଥିଲା ସାହିତ୍ୟ ଆସର । କୋଣାର୍କ ସାହିତ୍ୟ ସଂସଦ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଞ୍ଚମ ସାହିତ୍ୟ ଆସରକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ଉଦ୍ଘାଟନ କରିଥିଲେ । ଏଥିସହ ଚିତ୍ରଶିଳ୍ପୀ ବି. ବିନିତା କୁମାରୀ ଓ ଚିତ୍ରଶିଳ୍ପୀ ମାନମୟୀ ରଥଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀର ଯୁଗଳବନ୍ଦୀ କାର୍ଯ୍ୟକ୍ରମକୁ ମୁଖ୍ୟବକ୍ତା ହୃଷିକେଶ ମଲ୍ଲିକ ଏବଂ ସମ୍ମାନୀତ ଅତିଥି କବି ରକ୍ଷକ ନାୟକ, କବି ପବିତ୍ରମୋହନ ଦାଶ, କଣ୍ଠଶିଳ୍ପୀ ଡ. ସଂଗୀତା ଗୋସାଇଁ, ପଦ୍ମଶ୍ରୀ ଉପାଧିପ୍ରାପ୍ତ ଶିଳ୍ପଗୁରୁ ପ୍ରଭାକର ମହାରଣା ଓ ଶୋଭନୀୟ ଆନ୍ଦୋଳନର ନିୟନ୍ତ୍ରୀକା ରୁକ୍ମିଣୀ ଦେବୀ ପ୍ରମୁଖ ଉଦ୍ଘାଟନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟ କରିଥିଲେ । ଏହି ସାରସ୍ୱତ ସମାରୋହର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସୂଚନା ପ୍ରଦାନ କରିଥିଲେ । ‘ଓଡିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ’ ଶୀର୍ଷକ ଆଲୋଚନାରେ ଡକ୍ଟର ହୃଷିକେଶ ମଲ୍ଲିକ, କବି ରକ୍ଷକ ନାୟକ ଓ କବି ପବିତ୍ରମୋହନ ଦାଶ ଅଂଶଗ୍ରହଣ କରି ନିଜସ୍ୱ ମତ ଉପସ୍ଥାପନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ମୁଖପତ୍ର ‘ଧରମା’ର ପଞ୍ଚମ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, କବି ରକ୍ଷକ ନାୟକଙ୍କୁ କୋଣାର୍କ କବି ସମ୍ମାନ, କବି ପବିତ୍ରମୋହନ ଦାଶଙ୍କୁ ଅର୍କପ୍ରଜ୍ଞା ସମ୍ମାନ ଓ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କୁ କୋଣାର୍କ ସେବା ସମ୍ମାନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଚଳିତବର୍ଷ ନୂତନଭାବେ ଶିଳ୍ପୀ ପ୍ରଭାକର ମହାରଣାଙ୍କୁ ଧରମା ସମ୍ମାନ ଓ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ତଥା ଗବେଷିକା ଡ. ସଙ୍ଗୀତା ଗୋସାଇଁଙ୍କୁ କୋଣାର୍କ ଉତ୍ସବ ସମ୍ମାନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । କୋଣାର୍କ ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରୁଥିବା ଡ. ମୃତ୍ୟୁଞ୍ଜୟ ରଥ ସାହିତ୍ୟ ସଭାକୁ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ କବି ମହେନ୍ଦ୍ର କୁମାର ଦାଶ, କବୟିତ୍ରୀ କଳ୍ପନା ମିଶ୍ର, କବି ଶ୍ୟାମସୁନ୍ଦର ସେନାପତି ଓ କବି ଦେବୀପ୍ରସାଦ ମହାପାତ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତାପାଠ ଉତ୍ସବରେ କବି ଗୋବିନ୍ଦଚନ୍ଦ୍ର ଫାରକ, ଉମାକାନ୍ତ ମହାପାତ୍ର, ସଦାଶିବ ମିଶ୍ର, କବୟିତ୍ରୀ ଡ. ସୁଚିତ୍ରା ରଥ, ମନସ୍ମିନୀ ଦାସ, ସ୍ୱର୍ଣ୍ଣଲତା ତ୍ରିପାଠୀ, ବୈଜୟନ୍ତୀମାଳା ବିଶ୍ୱାଳ, ସୁଜାତା ସିହ୍ନା, କବି ଭୁବନମୋହନ ମହାନ୍ତି, କବି କାମଦେବ ମହାରଣା, କବି ପ୍ରବୀଣ ସୁବୁଦ୍ଧି ପ୍ରମୁଖଙ୍କ ସମେତ ଶତାଧିକ କବି ସ୍ୱରଚିତ କବିତାପାଠ କରିଥିଲେ । ବାନରସେନାର ସମ୍ପାଦକ ଅଧ୍ୟାପକ ପ୍ରକାଶଚନ୍ଦ୍ର ଖଟୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସାରସ୍ୱତ ସମାରୋହକୁ କୋଣାର୍କ ସାହିତ୍ୟ ସଂସଦର ଉପଦେଷ୍ଟା ଗୋପୀନାଥ କର, ମନମୋହନ ସ୍ୱାଇଁ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ବିଶ୍ୱାଳ, ସଦସ୍ୟ ନିରଞ୍ଜନ ସାହୁ, ଶ୍ରୀଜୟ ବରାଳ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ, ରାଜଲକ୍ଷ୍ମୀ ମିଶ୍ର, ସାମ୍ବାଦିକ ଅଜିତ ମଲ୍ଲିକ, ମନୋରଞ୍ଜନ ପଣ୍ଡା, ସମାଜସେବୀ ନିରଞ୍ଜନ ତ୍ରିପାଠୀ, ଶୁଭ୍ରାଂଶୁ ସେଠୀ, ଦିଲ୍ଲୀପ ଜେନା ଓ ଦିଲ୍ଲୀପ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ