Breaking News

ଗାଁ ବିଭାଜନ ସମସ୍ୟା:ଜଗନ୍ନାଥ ସଡକ ଅବରୋଧ


ନୟାଗଡ଼---- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧିନରେ ଥିବା ଡମସାହି ଗ୍ରାମରେ ଆଜି ଜନ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି।ଗାଁ ରେ ଥିବା  ତଲାରୀବନ୍ଧ ସାହିର ଲୋକମାନେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଦର୍ଶାଇ ସେମାନେ ଏକ ସ୍ୱତନ୍ତ୍ର ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ଗ୍ରାମର ସୀମା ନିର୍ଦ୍ଧାରଣ କରିବା ସହ ଏକ ଗୋଚର ଜମିକୁ ଅକ୍ତିଆରକୁ ନେବାପାଇଁ ମସୁଧା ଚଳାଇଥିବା ଜାଣିବାକୁ ପାଇ ଡମସାହି ଗ୍ରାମରେ ଥିବା ଅନ୍ୟ ତେର ସାହିର ଲୋକମାନେ ଏକତ୍ରିତ ହୋଇ ହରିହାରପୁର ଏବଂ ପୁରୀକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କକୁ ସକାଳେ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଅନେକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଥିଲେ। ନୟାଗଡ଼ରୁ ଭୁବନେଶ୍ବର ଜାତୀୟ ରାଜପଥ ଶୋଚନୀୟ ଅବସ୍ଥା ଯୋଗୁଁ ଏହି ରାସ୍ତା ଦେଇ ଭୁବନେଶ୍ୱରକୁ ପ୍ରାୟ ଗାଡି ଚଳାଚଳ କରୁଛନ୍ତି।ଆଜି ସକାଳେ ରାସ୍ତା ଅବରୋଧ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶରଣକୁଳ ଏସଡିପିଓ,ଗୋଡିପଡ଼ା ଫାଣ୍ଡି ଅଧିକାରୀ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। 

ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Popular Posts