ଉଦ୍ୟମ ଆଗରେ ଅର୍ଥ ହାର ମାନିଛି ; ସଫଳ ମୁକ୍ତାଚାଷୀ ସାଗର
ବେଗୁନିଆ---- ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତର ଗଡଗୁଡୁମ ଗ୍ରାମର ନାରାୟଣ ସୁନ୍ଦରାୟଙ୍କ ବଡପୁଅ ସାଗର ସୁନ୍ଦରାୟ (୩୦) । ପାଠ ପଢାରେ ଦୁର୍ବଳତା ଯୋଗୁ ଅଧିକ ପାଠ ପଢି ନପାରି ୨୦୦୬ ମସିହାରେ ନବମ ଶ୍ରେଣୀରେ ପାଢପଢାରେ ଡୋରି ବନ୍ଧା ଯାଇଥିଲା । ମୋବାଇଲରେ ୟୁ ଟ୍ୟୁବରେ ମୁକ୍ତା ଚାଷର ପ୍ରଣାଳୀ ଓ ପାଠପଢାର ଯୋଗ୍ୟତା ବିଷୟରେ ଜାଣି ନିରୁତ୍ସାହିତ ହୋଇଯାଇଥିଲେ ସାଗର । ମାତ୍ର ମାଉସୀ ପୁଅଙ୍କ ପ୍ରେରଣା ପାଇ ୨୦୧୯ ରେ ସାଗର ମାଟ୍ରିକ ପାସ କରିଥିଲେ । ପରେ ଭୁବନେଶ୍ୱର ସିଫାରେ ମୁକ୍ତାଚାଷର ପ୍ରଣାଳୀ ଓ କୌଶଳ ହାସଲ କରିଥିଲେ । ନିଜ ଗ୍ରାମକୁ ଆସି ପାଠପଢାର ଦକ୍ଷତା ପ୍ରଦର୍ଶନ ପାଇଁ ସିମୀତ ସମ୍ବଳରେ ମୁକ୍ତାଚାଷ ଆରମ୍ଭ କରିଥିଲେ । ବିଭିନ୍ନ ଆକୃତିରେ ଛାଞ୍ଚ ନିର୍ମାଣ କରାଯାଇ ମୁକ୍ତା ବାହାର କରାଯାଇଥାଏ । ବଜାର ଚାହିଦା ଦେଖି ୧ ଶହରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ମୁକ୍ତା ବିକ୍ରୟ କରାଯାଇଥାଏ । ଏହି ମୁକ୍ତା ଚାଷ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ । ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀ ଓ ବେଗୁନିଆ କୃଷି କାର୍ଯ୍ୟାଳୟର ସହକାରୀ ଅଧିକାରୀ ରତିକାନ୍ତ ପଟ୍ଟନାୟକ ସାଗର ମୁକ୍ତା ଚାଷ କରି ଅନ୍ୟ ଚାଷି ମାନଙ୍କ ମଧ୍ୟରେ ଉଦାହରଣ ହୋଇ ରହି ପାରିବେ ବୋଲି କହିଛନ୍ତି । ଅନ୍ୟ ପଟରେ ସାଗରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଗଲେ ଅଧିକ ପରିମାଣରେ ମୁକ୍ତା ଚାଷ କରି ବେରୋଜଗାରୀ ମାନଙ୍କୁ ସ୍ୱାବଲମ୍ବନଶୀଳ କରାଇ ପାରିବେ ବୋଲି ଆଶା ରଖିଛନ୍ତି ସାଗର ।
ବେଗୁନିଆରୁ ଯୋଗୋଶ୍ୱର ପଣ୍ଡା
ବେଗୁନିଆରୁ ଯୋଗୋଶ୍ୱର ପଣ୍ଡା