ଶରଣକୁଳ ଭଣ୍ଡାର ମହୋତ୍ସବ-୨୦୧୯ ଉଦଘାଟିତ
ନୟାଗଡ଼----- ଶରଣକୁଳରେ ବିଜେ ଶ୍ରୀ ଶ୍ରୀ ଲଡୁକେଶ ମହେଶ ମନ୍ଦିର ସମ୍ମୁଖରେ ଥିବା ମହୋତ୍ସବ ପଡ଼ିଆରେ ଭଣ୍ଡାର ମହୋତ୍ସବ ୨୦୧୯ ସୁରମ୍ୟ ପରିବେଶରେ ଉଦଘାଟିତ ହୋଇଯାଇଛି।ରଣପୁର ବିଧାୟକ ଶ୍ରୀଯୁକ୍ତ ବାଦଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ମହୋତ୍ସବର ପ୍ରଥମ ଦିବସ । ସଜେଇ ହୋଇଛି ରଙ୍ଗୀନ ତୋରଣ ଏବଂ ଆଧୁନିକ ଆଲୋକ ।ଆଜି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ପାଦକ ରବୀନ୍ଦ୍ର କୁମାର ମହାପାତ୍ର,ରବୀନ୍ଦ୍ର କୁମାର ଚୌଧୁରୀ, ଚନ୍ଦ୍ରବିଜୟୀ ମିଶ୍ର ,ଲୋକନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଦୀନବନ୍ଧୁ ମଞ୍ଚ ପରିଚାଳନା କରିଥିବାବେଳେ ଭାବଗ୍ରାହୀ ମହାପାତ୍ର ଉପସ୍ଥାପକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପରିଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଗତବର୍ଷ ଅପେକ୍ଷା ଏବର୍ଷ ସୁନ୍ଦର ତୋରଣ,ଅଲୋକସଜ୍ଜା,ଏବଂ ଅଧିକ ଜନଗହଳି ପରିଲକ୍ଷିତ ହୋଇଥିଲା।