 |
nayagarh |
ବରଗଡ଼---- ୧୫୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମ୍ବଲପୁର ଜିଲ୍ଲା ଚନ୍ଦ୍ର ଶେଖର ବେହେରା ହାଇସ୍କୁଲ ଠାରେ ଉଦଯାପିତ ହୋଇଯାଇଛି।ଗତ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଏହି ପ୍ରତିଯୋଗିତା ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ରୀଡ଼ା ଉତ୍ସବଟିକୁ ଉଦ୍ଘାଟନ କରିଥିଲେ।ସେହିପରି ଉଦଯାପନୀ ଉତ୍ସବରେ ସ୍ଵନାମଧନ୍ୟ ବିଦ୍ୟାଳୟର ୧୯୭୯ମସିହାର ପୁରାତନ ଛାତ୍ର ତଥା ବର୍ତ୍ତମାନର ଏନସିସି ଅଧିକାରୀ କର୍ନେଲ ସିତାଂଶୁ ଚରଣ ସଢଙ୍ଗୀ ତଥା ବିସିସିଆଇ ର ମ୍ୟାଚ ରେଫରି ପ୍ୟାନେଲର ସଦସ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେ ତାଙ୍କର ଭାଷଣ ପ୍ରସଙ୍ଗରେ ତାଙ୍କ ଛାତ୍ର ଜୀବନରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅଂଶ ଗ୍ରହଣ କରି ପୁରସ୍କୃତ ହେଉଥିଲେ।ତାହାକୁ ମନେପକାଇ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ତଥା ପାଠ ପଢ଼ା ମନ ବିନିଯୋଗ କରି ବିଦ୍ୟାଳୟର ସୁନାମକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଜଣାଇଥିଲେ।ଏହି କାର୍ଯକ୍ରମରେ ସମ୍ବାନୀତ ଅତିଥିଭାବେ ବିଦ୍ୟାଳୟର ପୁରାତନ ଛାତ୍ର ଆଚାର୍ଯ୍ୟ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ହୋତା ଏବଂ ଏସଏମ୍ ସି ଚେୟାରମେନ ଶ୍ରୀମତୀ ଜ୍ୟୋତି କର୍ମୀ ଯୋଗ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ୫ଟି ଗ୍ରୁପରେ ୪୧ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ଗୁଡିକୁ ସର୍ବଶ୍ରୀ ସାହେବ ଖମାରି,ଜଗବନ୍ଧୁ ବେହେରା,ଲକ୍ଷ୍ମଣ କୁମାର ନାଥ,ବଦ୍ରୀ ପ୍ରସାଦ ପୁରୋହିତ,ପଦ୍ମନାଭ ନାଏକ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବିଭିନ୍ନ ଵର୍ଗରେ ସର୍ବ ଶ୍ରେଷ୍ଠ ଖେଳାଳୀ ଭାବେ ବରିଷ୍ଠ,କନିଷ୍ଠ,ସର୍ବ କନିଷ୍ଠ ବିଭାଗରେ ଯଥାକ୍ରମେ ଏମ୍ ଡି ସଲାମ ଖାନ,ଦୀପା ଭଟ୍ଟ,ସଦ୍ରକ ଲୁଗୁନ,ପୂର୍ଣ୍ଣିମା ମୁଣ୍ଡା, ରୋହିତ ଲାକ୍ରା ଯୋଗ୍ୟ ବିବେଚିତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ।ପ୍ରଧାନଶିକ୍ଷକଙ୍କ ଦ୍ଵାରା ମୂଖ୍ୟ ଅତିଥିଙ୍କୁ ମୋମେଣ୍ଟେ ପ୍ରଦାନ କରି ସମ୍ବାନୀତ କରାଯାଇଥିଲା।ମୂଖ୍ୟ ଅତିଥିଙ୍କ ଦ୍ୱାରା ଆଗକୁ ଅବସର ନେବାକୁଥିବା ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାପାତ୍ରଙ୍କୁ ସମ୍ବାନୀତ କରାଯାଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ