 |
Sakhigopal |
ସାକ୍ଷୀଗୋପାଳ----- ଗୋପବନ୍ଧୁ ମେମୋରିଆଲ ବିଦ୍ୟାଳୟ ଦାଣ୍ଡମକୁନ୍ଦପୁର ଶତବାର୍ଷିକୀ ଉପଲକ୍ଷେ ସୁଆଣ୍ଡୋର ଗୋପବନ୍ଧୁଙ୍କ ଷଠୀଘରୁ ମହା ଆଡମ୍ବର ସହକାରେ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଛି । ଗୋପବନ୍ଧୁଙ୍କ କୁଳଦେବତା ବିନୋଦବିହାରୀଙ୍କ ଦେବଙ୍କ ଆଳତି କାଠିରୁ ଜ୍ୟୋତି ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସଙ୍କ ଠାରୁ ଆସିଥିବା ଶତବାର୍ଷିକୀ ପ୍ରସ୍ତୁତି କମିଟି ଆନୁକୁଲ୍ୟରେ ପୁରାତନ ଛାତ୍ରସ ଂସଦ, ବିଦ୍ୟାଳୟପରିଚାଳନା କମିଟି, ଗ୍ରାମ୍ୟ ଯୁବକ ସଂଘ, ସ୍ୱେଚ୍ଛାସେବୀ, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ । ଗୋପବନ୍ଧୁଙ୍କ ଷଠୀଘରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବନ୍ଦିୀର ଆତ୍ମକଥା କବିତା ଆବୃତ୍ତି କରିଥିଲେ । ଗୋପବନ୍ଧୁ ଅମର ରହେ ଆଦି ସ୍କେଗାନ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି