Breaking News

ଜାତୀୟ ସ୍ତରୀୟ କ୍ରିକେଟ ଖେଳିବା ପାଇଁ ପ୍ରିୟାଂଶୁ ମନୋନୀତ

 କନ୍ଧମାଳ---ଆଦିବାସୀ ଅଧୁସିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ର ଏସ.ପ୍ରିୟାଂଶୁ ଜାତୀୟ ସ୍ତରୀୟ ବିଦ୍ୟାଳୟ  କ୍ରିକେଟ ଖେଳିବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି ।  ବିଦ୍ୟାଳୟ ତଥା ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି ପ୍ରିୟାଂଶୁ ।  ପ୍ରକାଶ ଯେ, ଜାନୁଆରୀ ମାସ ୩ତାରିଖରୁ ୮ତାରିଖ ପଯ୍ୟନ୍ତ ଡାମନ-ଡିଉ ଠାରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ପିୟାଂଶୁ । ଏହି ସଫଳତା ପଛରେ  ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ପ୍ରଧାନ, କ୍ରୀଡା ଶିକ୍ଷକ ବାଣୀ ଭୂଷଣ ବେହେରା, ଉପାଧ୍ୟକ୍ଷ ଯଶୋବନ୍ତ ନାରାୟଣ ବେହେରା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ପାତ୍ର ଏବଂ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା, ମାଙ୍କର ପ୍ରେରଣା ଓ ଆଶୀର୍ବାଦ ରହିଛି ବୋଲି ପ୍ରିୟାଂଶୁ ମତ ଦିଅନ୍ତି l ଏହି ସଫଳତା ପାଇବାରେ ସେ ବାଲିଗୁଡା ଉପଖଣ୍ଡ ରେ ପ୍ରଥମ ଏବଂ ସମଗ୍ର କନ୍ଧମାଳ ଜିଲ୍ଲାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ଆଗାମୀ ଦିନରେ ସେ ଜାତୀୟ ସ୍ତରର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିବାର ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ।

 M panda
khandhamala
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive