Breaking News

ଅସ୍ତରଙ୍ଗ ଜାହାନିଆ ସମୁଦ୍ରରେ ଗାଧୋଇବା ସମୟରେ ଦୁଇ ଜଣ ଯୁବ ଇଂଜିନିୟର ପାଣିରେ ବୁଡିଗଲେ ; ଜଣେ ଉଦ୍ଧାର

ପୁରୀ ----- -ପୁରୀ ଜିଲ୍ଲାର ଅସ୍ତରଙ୍ଗ ଜାହାନିଆ ସମୁଦ୍ରରେ ଗାଧୋଇବା ସମୟରେ ଦୁଇ ଜଣ ଯୁବ ଇଂଜିନିୟର ପାଣିରେ ବୁଡି ଯାଉଥିଲେ । ଏହା ଦେଖି ସ୍ଥାନୀୟ ଯୁବକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସମୁଦ୍ର ମଧ୍ୟକୁ ପଶି ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ।  ଅନ୍ୟ ଜଣେ ସମୁଦ୍ର ଭିତରେ ନିଖୋଜ ଅଛନ୍ତି। ଉଦ୍ଧାର ଯୁବକ ହେଲେ ଭୁବନେଶ୍ୱର ଟେକ ମହିନ୍ଦ୍ରାର କର୍ମଚାରୀ ଅଙ୍କିତ। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଯୁବକ ଧରମା ନିଖୋଜ ଅଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଯୁବକକୁ ମରଣ ମୁହଁରୁ ଦୁଃସାହସିକ ଭାବେ ଉଦ୍ଧାର କରିଥିବା  ସ୍ଥାନୀୟ ଯୁବକ ହେଲେ ଗୁଣ୍ତଳବା ଗାଁର ପିଙ୍କୁ ନାୟକ ଓ କୋଟ ଗାଁ ରଙ୍କଳିଆ ବିଶ୍ୱାଳ।  ଅନ୍ୟପକ୍ଷରେ ଅସ୍ତରଙ୍ଗ ର ଜାହାନିଆ ଏକ ପିକିନିକି ସ୍ପଟ ହୋଇଥିବାରୁ ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି । ସମୁଦ୍ରରେ ଗାଧେଇବା ଓ ଭୋଜି କରିବା ମଜା ଏଠାରେ ନିଆରା   ମାତ୍ର କୋଷ୍ଟଗାର୍ଡ ନଥିବାରୁ ପ୍ରତ୍ୟକ ବର୍ଷ ଏପରି ଅନେକ ଜୀବନ ଯାଉଛି । ସେପଟେ ଲାଇଫିଗାଡ ମୁତୟନ ନଥିବାରୁ ଅସ୍ତରଙ୍ଗ ଜାହାନିଆ ପିଠରେ ବାରମ୍ବାର ଏଭଳି ଅଘଟଣ ଘଟିଛି ବୋଲି ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ମାନେ କୁହନ୍ତି। ଅସ୍ତରଙ୍ଗ ଯାହାନିଆ ପୀଠ କୁ ଦୈନଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକକୁ ଅ।ସୁଥିବା ବେଳେ ଦୈନଦିନ ସୁରକ୍ଷା ଅଭାବରୁ ଏଭଳି ଘଟଣା ଘଟୁଛି,  ଏହି ସାହାସୀ ଯୁବକ ମାନଙ୍କର ସାହାସିକତା ସମସ୍ତଙ୍କୁ ଚିରଦିନ ମନେ ରଖିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

 J sheti
Puti
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts