Breaking News

ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଅଷ୍ଟମ ଦିବସ ; ରକ ମିୟୁଜିକରେ ଝୁମିଲେ ଦର୍ଶକ

 A maliki
konark 
କୋଣାର୍କ --- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ଠାରେ ଚାଲିଥିବା ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଆଜି ହେଉଛି ଅଷ୍ଟମ ଦିବସ । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଇଣ୍ଡିଆନ ଓସେନ ଗୃପ୍ ପକ୍ଷରୁ ଷ୍ଟାର ନାଇଟି ଆୟୋଜନ କରାଯାଇଥିଲା ।  ଇଣ୍ଡିଆନ ଓସେନର କଳାକାରମାନେ ରକ ମିୟୁଜିକର ତାଳେ ତାଳେ ଉଚ୍ଚକୋଟିର ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଦିରଖିଥଲେ  । ଇଣ୍ଡିଆନ ଓସେନର ରକ ମିୟୁଜିକ ଶୋକୁ ଦେଖିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗର ଶଚିବ ବିଶାଲ ଦେବେଙ୍କ ସମେତ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହିଥିଲେ  ।  ଏହି ଉତ୍ସବ  ଯାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ଠାରେ ଆୟୋଜିତ ହେଉଛି । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ବଙ୍ଗୋପସାଗରର ସମୁଦ୍ର କୂଳରେ ନିର୍ମିତ ହୋଇଛି  ଅତ୍ୟାଧୁନିକ ଟେଣ୍ଟ ଭିଲେଜ । ଏହି  ଇକୋ ରିଟ୍ରିଟ ଭିଲେଜ ମଧ୍ୟରେ ପଞ୍ଚ ତାରକା ହୋଟେଲ ପରି ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ସ୍ୱତନ୍ତ୍ର ତମ୍ବୁରେ ଗୃହ ନିର୍ମାଣ କରାଯାଉଛି । ଆଜି ଇକୋ ରିଟ୍ରିଟ ଭିଲେଜର ସମସ୍ତ ତମ୍ବୁ ଗୃହ ବୁକ ହୋଇଥିବା ସୁଚନା ମିଳିଛି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts