ବେଗୁନିଆ ସରସ୍ୱତୀ ବିଦ୍ୟା ମନ୍ଦିରର ସାମ୍ବସ୍ରରିକ ଉତ୍ସବ
ବେଗୁନିଆ---- ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ସରସ୍ୱତୀ ବିଦ୍ୟା ମନ୍ଦିରର ତ୍ରିଂଶତମ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟା ମନ୍ଦିରର ସଭାପତି ଭାଗିରଥି ପରିଡା ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି,ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ ମୁଖ୍ୟ ବକ୍ତା,ପ୍ରତିଷ୍ଠାତା ସମ୍ପାଦକ ହରିଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ପାଠପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଭଜନ ପରିବେଷଣ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା