ନୀଳକଣ୍ଠ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟର ୫୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ରଙ୍କ ତତ୍ୱବଧାନରେ ଦୁଇ ଦିନ ଧରି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ନାରାୟଣ ମାନସିଂହଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କଣ୍ଟାବାଡସ୍ଥିତ ମା ବଘେଇ ପୀଠରୁ ମଶାଲ ଶୋଭା ଯାତ୍ରାରେ ବାହାରି ଖେଳ ପଡିଆରେ ପହଞ୍ଚିଥିଲେ । ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ଛାତ୍ରଛାତ୍ରଛାତ୍ରୀ ମାନେ ଖେଳ ଆରମ୍ଭ କରିଥିଲେ । ଖେଳ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ଖେଳ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଉମା ବେହେରା,ଶିକ୍ଷକ ଆଖଣ୍ଡଳମଣି ପ୍ରସାଦ ପଟ୍ଟନାୟକ,ସୌମ୍ୟ ରଞନ ଦୀକ୍ଷିତ,ଅମୀୟ ରଞନ ମଲ୍ଲିକ ଓ ମାନସ ରଞନ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା