Breaking News

ରାଇଦାମୋଦର ବେଶରେ ଶ୍ରୀରଘୁନାଥ ଜୀଉ


 S daeili
Odagana News

ଓଡଗାଁ ---- ପବିତ୍ର କୁମାର ପୂର୍ଣ୍ଣମୀଳ ଗଜଲକ୍ଷ୍ମୀ ପୂଜା ଅବସରରେ ମହାପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କର  ଭୋରରୁ ପାରମ୍ପରିକ ରୀତିନୀତି  ଅନୁଯାୟୀ ଭୋରରୁ ଦ୍ୱାର ଉନ୍ମୋଚନ, ମଙ୍ଗଳ ଆଳତି,ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା,  ବଲ୍ଲବ, ସକାଳଧୂପ ସରିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାହଣମେଳା ଦର୍ଶନ କରାଯାଇଥିଲା  । ୬ଟା ବେଳକୁ ମନ୍ଦିର ପରିସରରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା  । ଶ୍ରୀଜିଉ ବର୍ଷକୁ ଥରେ ରାଇ ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ଏହି ବେଶ ଦେଖିବା ପାଇଁ ମନ୍ଦିରରେ ଭିଡ ପରିଲକ୍ଷିତ ହୋଇଛି । ଏହି ବେଶ କାତ୍ତିର୍କମାସର ବଡ ଏକାଦଶୀ ତିଥି ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ସକାଳ ଖେଚୁଡି ଭୋଗ ସରିବା ପରେ ଏହି ବେଶ କରାଯାଉଛି । ସେହିପିର ପଞ୍ଚୁକ ବ୍ରତରେ ଶ୍ରୀଜିଉଙ୍କ ସଂଧ୍ୟାରେ ସ୍ୱତନ୍ତ୍ର ବେଶ କରାଯିବ  । ଶ୍ରୀ ଜିଉଙ୍କ ପାଳିଆପଣ୍ଡା ପ୍ରଦୀପ ବାହିନୀପତିଙ୍କ ସହିତ ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଶ୍ରୀଜିଉଙ୍କ ରାଇ ଦାମୋଦର ବେଶ ସୁପରିଚାଳନା କରୁଛନ୍ତି । ଓଡର୍ଗାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts