Breaking News

ନିମାପଡ଼ା ବ୍ଲକରେ ଖତ ଖାଉଛି ବସ୍ତା ବସ୍ତା ଚୁଡ଼ା

ନିମାପଡ଼ା ----- ଖତ ଖ।ଉଛି ବସ୍ତା ବସ୍ତା ଚୁଡା । ଏହା ହୋଉଛି  ଖୋଜ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ  ବ୍ଳକରେ  ।ନିମାପଡା ବ୍ଲକର ଷ୍ଟୋର ରୁମରେ ଖତ ଖାଉଥିବା ବସ୍ତା ବସ୍ତା ଚୁଡା। ଏହି ଚୁଡ଼ା ବାତ୍ୟା ଫନି କ୍ଷତିଗ୍ରସ୍ତ ବିପନ୍ନଙ୍କ ପାଇଁ ଅ।ସିଥିବା ଜଣାପଡିଛି ।  ଚୁଡା ଷ୍ଟୋର ରୁମରେ ଥିବାର ନଜର ଅ।ସିବା ପରେ ରାତି ଅଧିଆ ବ୍ଲକ ଜିପ୍ ରେ ଚୁଡା ଚାଲାଣ ହେଉଥିବା ଜଣାପଡିଛି  । ଫନି ସମୟରେ ବାତ୍ୟା ବିପନ୍ନଙ୍କୁ ଚୁଡା ମିଳିନଥିବା ବେଳେ ୫୦ ବସ୍ତାରୁ ଉର୍ଦ୍ଦ ଚୁଡା ବଣ୍ଟା ନ ଯାଇ କ'ଣ ପାଇଁ ରଖାଯାଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପକ୍ଷେ ରାତି ଅଧିଆ ଚାଲାଣ ହେବା ବ୍ଲକ ପ୍ରଶାସନ କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି । ସେପଟେ ରାତି ଅଧିଆ ତରବରିଆ ଭାବରେ କାହା ନିର୍ଦ୍ଦେଶ ରେ ଚୁଡା ସରକାରୀ ଜିପ ରେ ଚାଲ।ଣ କରାଗଲା  ସେ ନେଇ ସାଧାରଣ ରେ ଅସନ୍ତୋଷ  ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ   ଦାବି ହେଉଛି ।  ଅନ୍ୟ ପକ୍ଷେ ଏସଂପର୍କରେ ବ୍ଲକ ବିଡିଓଙ୍କ ପ୍ରତିକିୟା ମିଳିପାରିନାହିଁ ।
 ନିମାପଡ଼ା
ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts