Breaking News

ଷଡଙ୍ଗରେ ଶ୍ରିନିବାସ ଖଣ୍ଡାୟୀ ସ୍ମୃତି ସଂସଦ ପକ୍ଷରୁ ରକ୍ତଦାନ ଶିବିର

ହାଟଡ଼ିହି ---- ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦ  ପକ୍ଷରୁ ଷଡଙ୍ଗ ଆର.ବି ହାଇସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଡ. ରାମଚନ୍ଦ୍ର ନାୟକ,ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଅକ୍ଷୟ କୁମାର ବେହେରା, ସଂଯୋଜକ ପ୍ରଶାନ୍ତ କୁମାର ଖଣ୍ଡାୟୀ, ଡାକ୍ତର ଉଦୟ ଭାଷ୍କର ପଣ୍ଡା ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଏହି ଶିବିରରୁ ୩୦ୟୁନିଟ ରକ୍ତ ସୃଂଗୃହିତ ହୋଇଥିଲା । ଆନନ୍ଦପୁର ବ୍ଲଡବ୍ୟାଙ୍କର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଟେକନିସିଆନ ହାଡିବନ୍ଧୁ ସାହୁ, ଷ୍ଟାଫ ନର୍ସ (ମେଲ) ସନ୍ଦିପ କୁମାର ସାହୁ, ଅଫିସ ଆସିଷ୍ଟାଣ୍ଟ ଅଶୋକ କୁମାର ସୁର, ଆଟେଣ୍ଡାଣ୍ଟ ନୀଳମାଧବ ମୁଖୀ ପ୍ରମୁଖ ଯୋଗଦେଇ  ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସାମ୍ବାଦିକ କିଶୋର ଆଚାର୍ଯ୍ୟ ଓ ଶ୍ରୀନିବାସ ସ୍ମୃତି ସଂସଦର ସଂଯୋଜକ ପ୍ରଶାନ୍ତ ଖଣ୍ଡେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପାର୍ଥ ସୌରଭ ସା, ଶରତ କୁମାର ପାତ୍ର, ଶିଶିର କୁମାର ବିଶ୍ୱାଳ, ବିକାଶ ବିଶ୍ୱାଳ, ପ୍ରଧାନ ଶିକ୍ଷକ  ବୃନ୍ଦାବନ ମଲ୍ଲିକ, ପ୍ରେସକ୍ଲବ ସଭାପତି ଗୋପାଳ କୃଷ୍ଣ ରାଉତ, ନାରାୟଣ ସାହୁ,  ତାରିଣୀ ପ୍ରସାଦ ପଟ୍ଟନାୟକ,  ସୋମନାଥ ପଢ଼ିଆରୀ, ହରିହର ଦାସ ପ୍ରମୁଖ ଶିବର ପରିଚାଳନା କରିଥିଲେ ।

ହାଟଡିହିରୁ ବିକାଶ ବିଶ୍ୱାଳ
B biswal
hatadhi News

Blog Archive

Popular Posts