Breaking News

ଭୋଟ ଗଣତି ଆରମ୍ଭ

  ବରଗଡ଼ ---- ବରଗଡ଼ଜିଲ୍ଲା ବିଜେପୁର ଉପନିର୍ବାଚନ ଭୋଟ୍ ଗଣତି କାର୍ଯ୍ୟକ୍ରମ ସକାଳ ୮ଟା ରୁ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ପଦ୍ମପୁର ଆରଏମସି ପରିସରରେ ଚଳୁଥିବାବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଭୋଟ୍ ଗଣନା କେନ୍ଦ୍ରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଏସପି ପଦ୍ମିନୀ ସାହୁ ପ୍ରମୁଖ ରହିଥିଲେ।୨୧ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା କରାଯିବ।ନିର୍ବାଚନ ମଇଦାନରେ ୫ଜଣ ପ୍ରାର୍ଥୀ ରହିଛନ୍ତି।ବିଜେଡି ରୀତା ସାହୁ,ବିଜେପି ସନତ ଗଡ଼ତିଆ,କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡା,ହିନ୍ଦୁ ମହାସଭା ଅଶୋକ ମିତ୍ତଳ ଓ ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ରହିଛନ୍ତି।ସୂଚନାନୁଯାୟୀ ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୫ଟି ବୁଥରେ ଭୋଟ୍ ଗ୍ରହଣ କେନ୍ଦ୍ରରେ ଗତ ୨୧ ତାରିଖ ମତଦାନ ଗ୍ରହଣ ହେଇ ୭୯.୧୭ ପ୍ରତିଶତ ମତଦାନ ହେଇଥିଲା।ସେହିପରି ୨୩୪ନଂ ବୁଥ ସାନ ସାହାଜବାହାଲ ରେ ୧୦୩୫ ଭୋଟର ରହିଥିବା ବେଳେ ମାତ୍ର ୨୦୨ ଭୋଟ ପଡିଥିବା ବେଳେ ବାକିତକ ଭୋଟ୍ ବାଦ ପଡିଥିଲା।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts