ବିଜେପୁର ଉପନିର୍ବାଚନ ଫଳାପଳ ; ୧୪ ରାଉଣ୍ଡ ସୁଦ୍ଧା-- ବିଜେଡି ୬୯;୯୭୨ଖଣ୍ଡ ଆଗରେ
ବରଗଡ---- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଫଳା ଫଳ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ୧୪ଟି ଟେବୁଲ ମାଧ୍ୟମରେ ଗଣତି ଅନୁଷ୍ଠିତ ହୋଇଛି । ପ୍ରଥମ ରାଉଣ୍ଡରୁ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ତାଙ୍କ ପଛରେ ବିଜେପି ପ୍ରାର୍ଥୀ । ଅମାନତ ହରାଇବାକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ୧୪ ରାଉଣ୍ଡ ସୁଦ୍ଧା୯୬ ହଜାର ୬୫୭ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆ ୨୬ ହଜାର ୮୮୫ଖଣ୍ଡ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ମାତ୍ର ୩ହଜାର ୯୭୧ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି ।
ବରଗଡ ଜିଲ୍ଲାରୁ ନିବୀନ ଦାଶଙ୍କ ରିପୋର୍ଟ
ବରଗଡ ଜିଲ୍ଲାରୁ ନିବୀନ ଦାଶଙ୍କ ରିପୋର୍ଟ