Breaking News

ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ହାଟଡ଼ିହି---- ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ  ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଗାନ୍ଧୀଜିଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ଛେନାପଦି ବଜାର ପରିକ୍ରମା କରିବା ସହିତ ଲୋକମାନଙ୍କୁ ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ସବିତା ସ୍ୱାଇଁ,  ଅଧ୍ୟାପିକା ଉଷାରାଣୀ ଦାସ, ସୁକାନ୍ତୀ ମହାପାତ୍ର, ହିମାଶୁଂ ମିଶ୍ର, ନଦୀୟା ମୋହନ ପଟ୍ଟନାୟକ, ରାଜଶ୍ରୀ ଗୋସ୍ୱାମୀ, ମମତା ବିଶୋଇ, କର୍ମଚାରୀ ମାନେ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ସେହିପରି ବିଷ୍ଣୁପ୍ରୀୟା ବାଳାଶ୍ରମରେ ଏକ ଭାବପୁର୍ଣ୍ଣ ପରିବେଶରେ ଜାତିର ପିତା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ, ଗ୍ରାମ ସଫେଇ ଆଦି କାର୍ଯ୍ୟକ୍ରମ କରାଯିବା ସହ କୁଇଜ, ବକ୍ତୃତା, ସଂଗୀତ, ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
 ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
B Biswal  sakhigopal news satyabadi news
hatadhi news

Blog Archive

Popular Posts