ପଥର ଟ୍ରକ ଜବତ
ରଣପୁର -----ରଣପୁର ଅଞ୍ଚଳରେ ମାଙ୍କଡ଼ା ପଥର ମାଫିଆ ସକ୍ରିୟ ରହିଛନ୍ତି। ପ୍ରଶାସନକୁ ବେଖାତିର କରି ବେଧଡକ ଚଳାଇଛନ୍ତି ମାଙ୍କଡା ପଥର ଏବଂ ମୋରମ ଚୋରା ଚାଲାଣ । ପଥର ଖଣିରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଖଣି ମାଫିଆଙ୍କ ପାଇଁ ଆଇନ କାମ କରେନାହିଁ । ଲୋକଙ୍କ ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ପଥର ମାଫିଆ ଦିନକୁ ଦିନ ରାଜ ଚଳାଇଛନ୍ତି ଅଞ୍ଚଳରେ । ଏ ସବୁ କାର୍ଯ୍ୟ ପୋଲିସ ଓ ପ୍ରଶାସନର ସହଯୋଗରେ ବୋଲି ଜ୍ରନସାଧାରଣ କହନ୍ତି । ପଥର ଖଣିରେ ପଥର ଖୋଳାଯାଉଥିବା ଖବର ପାଇ ଚାନ୍ଦପୁର ପୋଲିସ୍ ଜଙ୍କିଆ ଗ୍ରାମ ନିକଟରେ ଚଢାଉ କରି ୨ ଟି ପଥର ବୋଝେଇ ଟ୍ରକକୁ ଜବତ କରିଛି । ମାତ୍ର ପୋଲିସ୍ କୁ ଦୂରରୁ ଦେଖିପାରି ଗାଡି ଚାଳକ ଗାଡି ଛାଡି ପଳାଇଯାଇଥିଲେ । ଏହି ଘଟଣାରେ କାହାରିକୁ ଗିରଫ କରାଯାଇପାରିନାହିଁ । ମାତ୍ର ପୋଲିସ ଗାଡି ଦୁଇଟିକୁ ଜବତ କରିଥିବା ସୂଚନା ମିଳିଛି ।