Breaking News

ପେନସନଧାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ହିଞ୍ଜିଳିକାଟୁ------ସ୍ଥାନୀୟ ଏସବିଆଇ ବ୍ୟାଙ୍କ ପରିସରରେ  ପେନସନଧାରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଚାଳକ ସତ୍ୟାଶୀଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ଚିକିତ୍ସକ ଡା. ବୃନ୍ଦାବନ ପାଢ଼ୀ, ଶାଖାର ଆଇନ ପରାମର୍ଶଦାତା ରାମଚନ୍ଦ୍ର ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ। ଶାଖାରେ ବରିଷ୍ଠ ନାଗରିକ ମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବ୍ୟାଙ୍କ ପରିଚାଳକ ଶ୍ରୀ ପଟ୍ଟନାୟକ ପଚାରି ବୁଝିବା ସହ ଆଗାମୀ ଦିନରେ ନିଶ୍ଚିତ ଭାବେ ତାହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ କାର୍ତ୍ତିକେଶ୍ବର ସାହୁ ଏବଂ ସାରୁ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଗାମୀ ଦିନରେ ବରିଷ୍ଠ ନାଗରିକ ମାନଙ୍କ ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅଞ୍ଚଳର ଶତାଧିକ ପେନସନଧାରୀ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବ୍ୟାଙ୍କ କର୍ମଚାରୀ ମାନେ ପରିଚାଳନା କରିଥିଲେ। 


P panda
Hinjulikatu News
ହିଞ୍ଜିଳିକାଟୁରୁ ପ୍ରିୟବ୍ରତ ପଣ୍ଡା

Blog Archive

Popular Posts