ବାଇକକୁ ଧକ୍କା ଦେଇ ଓଲଟିଲା ବସ୍: ୮ ଜଣ ଆହତ
ସାକ୍ଷୀଗୋପାଳ ----ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ନିକଟ ବୀରଗୋବିନ୍ଦ ପୁର ଛକରେ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଇ ଓଲଟିଲା ବସ୍। ପୁରୀରୁ ଭୁବନେଶ୍ବର ଯାଉଥିବା ଶ୍ରୀଦୂର୍ଗା ବସ ଓଲଟିଲା। ବସ୍ କୁ ବାଇକ ଓଭରଟେକ୍ କରିବାରୁ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ବସ ଓଲଟି ଥିବା ସୂଚନା। ଉଭୟ ବସ ଓ ବାଇକ ପୁରୀରୁ ଭୁବନେଶ୍ବର ଯାଉଥିଲେ। ୮ ଜଣ ଆହତ ହେଇଥିବା ଜଣାପଡିଛି । ସ୍ଥାନୀୟ ଯୁବକମାନଙ୍କ ସହଯୋଗରେ ଆହତ ବ୍ୟକ୍ତି ମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଉଦ୍ଧାର ହୋଇ ସାରିଛନ୍ତି । ଘଟଣା ସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗାଡି ମଟର ଚଳାଚଳ ସ୍ବାଭାବିକ କରିଥିଲେ ।