ଇଭିଏମ ଓ ଭିଭିପାଟ ଭୋଟର ମେସିନ ସଚେତନତା ଅଭିଯାନ ଆରମ୍ଭ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ତିନୋଟି ଗ୍ରାମ ପଞ୍ଚାୟତରେ ଇଭିଏମ୍ ସହିତ ଭିଭିପାଟ ମେସିନ ସାହାର୍ଯ୍ୟରେ ଜନସଚେତନତା କରାଯାଇଛି । ଭୋଟର ମାନେ ନିଜ ନିଜର ମତଦାନ ସମୟରେ ନିଜ ପସନ୍ଦ ପ୍ରାର୍ଥୀ ବା ଚିହ୍ନରେ ମତଦାନ କରିଛନ୍ତି କି ନାହିଁ ତାହା ଏବେ ଜାଣି ହେବ । ଆଗରୁ ମେସିନ ଦ୍ୱାରା କେବଳ ଚିହ୍ନ ଉପରେ ମତଦାନ କରାଯାଉଥିଲା । ଏବେ ଭିଭିପାଟ ମେସିନରେ ନିଜର ମତଦାନ କେଉଁଥିରେ ଦେଲେ ତାହା ଜାଣି ପାରିବେ । ଏହି ସଚେତନତା କାର୍ଯ୍ୟକମ ଆଜି ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଡେଲାଙ୍ଗ ବ୍ଳକର ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ସୋମବାର ଦିନ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ, ଜିପିଟି ଚିତ୍ରପଳା ନାୟକ ଲୋକମାନଙ୍କୁ ମେସିନ ଦ୍ୱାରା ଭୋଟ ଦେବା ଓ କେଉଁ ଚିହ୍ନରେ ଭୋଟ ଦେଲେ ତାହା ଦେଖାଇଥିଲେ । ସ୍ଥାନୀୟ ଭୋଟର ଓ ଯୁବକ ମାନେ ଆଗ୍ରହ ସହକାରେ ଏହି ସଚତେନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଇଭିଏମ ଜାଲିଆତି ବୋଲି ଯେଉଁ ଅଭିଯୋଗ ହୋଉଥିଲା ତାହା ଏବେ ନିଭୁଲ ବୋଲି ଜଣିବା ପାଇଁ ଇଭିଏମ୍ ସହିତ ଭିଭିପାଟ ମେସିନ ଲଗାଯାଇଛି । ସେହିପରି ଗୋଡିପୁଟ ମାଟିଆପଡା ପଞ୍ଚାୟତରେ ବିଶ୍ୱମୋହନ ପଟ୍ଟନାୟକ, ମାନସ କୁମାର ମହାନ୍ତି, ଅରିଶଲ ଗ୍ରାମ ପଞ୍ଚାୟତରେ ସମାଜ ମଙ୍ଗଳ ଅଧିକାରୀ ତପନ କୁମାର ଦାସ ଓ ସୁଭାଜିତା ପାଣି ଏହି ସଚେତନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଡିଓ କ୍ଷୀରୋଦ ପ୍ରଧାନ, ଏବିଡିଓ ପ୍ରଦୀପ୍ତ ନାୟକ, ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି