Breaking News

ସାକ୍ଷୀଗୋପାଳ ମନ୍ଦିର ହୁଣ୍ଡି ଖୋଲିଲା , ୧,୬୮,୩୪୦ ଟଙ୍କା ଓ ସୁନା, ରୁପା ମିଳିଛି


ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ମନ୍ଦିର ପରିସରରେ ଜୁଲାଇ ୯ ତାରିଖରେ ବସାଯାଇଥିବା ହୁଣ୍ଡି ସୋମବାର ଦିନ  ଖୋଲାଯାଇଛି । ଉକ୍ତ ହୁଣ୍ଡିରୁ ୧ଲକ୍ଷ ୬୮ ହଜାର ୩୪୦ ଟଙ୍କା ମିଳିଥିବା ବେଳେ ସୁନାପରି ଦିଶୁଥିବା କେତୋଟି ଚିତା ସେହିପରି ରୂପା ମଧ୍ୟ ମିଳିଛି । ମାତ୍ର ବଣିଆ ଏହି ସୁନା ଓ ରୂପା କସଟ କରିବା ପରେ ଏହାର ମୂଲ୍ୟ ଜଣାପଡିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ଠାରୁ ପ୍ରକାଶ ।  ହୁଣ୍ଡି ଖୋଲା ଯାଇ ପଇସା ଗଣତି ସମୟରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି, ଏଣ୍ଡାମେଣ୍ଟ ଉନିସିପେକ୍ଟର ବସନ୍ତ କୁମାର ପ୍ରଧାନ, ମନ୍ଦିର ଟ୍ରଷ୍ଟି ଦିବାକର ମହାପାତ୍ର, ବିଜୟ କୁମାର ମହାପାତ୍ର, ପ୍ରଫୁଲ ଚନ୍ଦ୍ର ମିଶ୍ର ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହପ।।ତ୍ରଙ୍କ ସହିତ ୟୁନିୟନ ବ୍ୟାଙ୍କର କର୍ମଚାରୀ , ମନ୍ଦିର କର୍ମଚାରୀ ମାନେ ଉପସ୍ଥିତ ରହି ହୁଣ୍ଡିରୁ ବାହାରିଥିବା ଅର୍ଥ ଗଣତି କରିବାରେ ସହଯୋଗ କରିଥିଲେ । ମନ୍ଦିର ହୁଣ୍ଡିରୁ ବାହାରିଥିବା ଅର୍ଥ  ୟୁନିୟନ ବ୍ୟାଙ୍କରେ ଜମା ରଖାଯାଇଥିବା ଜଣାପଡିଛି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts