Breaking News

ୟୁକୋ ଆଳିସ ଶାଖା ବ୍ଯାଙ୍କରୁ ଲୁଟ ଉଦ୍ଯମ; ଘର ମାଲିକଙ୍କ ଟେକା ମାଡରେ ଛତ୍ରଭଙ୍ଗ


ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନା ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତରେ ୟୁକୋ ବ୍ୟାଙ୍କ ଶାଖାରୁ ରବିବାର ରାତିରେ କେତେକ ଦୁବୁର୍ତ୍ତ ବ୍ୟାଙ୍କ ଲୁଟ କରିବା ପାଇଁ ଉଦ୍ଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ପୁରୀ- ନିଉ ଜଗନ୍ନାଥରୋଡର କରରେ ପୂର୍ବତନ ସରପଞ୍ଚଙ୍କ ଶ୍ରୀଧର ବିଶ୍ୱାଳଙ୍କ ଘର ଭଡା ନେଇ ବ୍ୟାଙ୍କ ଚାଲିଛି । ପାଖରେ ବ୍ୟାଙ୍କର ମଧ୍ୟ ଏଟିଏମ ରହିଛି । ବ୍ୟାଙ୍କ ଲୁଟେରା ମାନେ ଏଟିଏମ କୁ ନଯାଇ ବ୍ୟାଙ୍କ ଲୁଟ କରିବା ପାଇଁ ଚାବି ଭାଙ୍ଗିବା ସମୟରେ ବ୍ୟାଙ୍କ ଉପର ମହଳାରେ ଘର ମାଲିକ ଶ୍ରୀ ପ୍ରଧାନ ଶଦ୍ଦ ଶୁଣି ଉଠିଥିଲେ । ବ୍ୟାଙ୍କ ଲୁଟ କରିବା ପାଇଁ ଯୋଜନା କରୁଥିବା ଜାଣି ଫୋନ ମଧ୍ୟମରେ ଥାନା ଓ ଗ୍ରାମକୁ ଖବର ଦେବାସହ ଦୁବୁର୍ତ୍ତ ମାନଙ୍କ ଉପରକୁ ଟେକା ମାଡ କରିବାରୁ ଦୁବୁର୍ତ୍ତ ମାନେ ଛତ୍ରଭଙ୍ଗ ଦେଇଥିଲେ  । ଯିବା ସମୟରେ ସେଠାରେ ଗୋଟିଏ ଚପଲ ରହିଥିଲା । ସକାଳେ ଖବର ପାଇ ବ୍ୟାଙ୍କର ଶାଖା ପରିଚାଳକ ପହଞ୍ଚି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାର ସେକେଣ୍ଡେ ଅଫିସର ରବୀନ୍ଦ୍ର କୁମାର ନନ୍ଦ ଓ ଚନ୍ଦନପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଦାନ କରିଛନ୍ତି । ସନ୍ଦାନୀ କୁକୁରର ସହଯୋଗ ନିୀଆଯାଥିଲେ ମଧ୍ୟ ସେପରି କୌଣସି ସୁଫଳ ମିଳିନାହିଁ । ବ୍ୟାଙ୍କରେ ଲାଗିଥିବା ସିସି ଟିଭି କ୍ୟାମେରା ଫଟେଜ ଅନୁଧ୍ୟନ କରାଯିବା ପରେ ଯାହାକିଛି ଜଣାପଡିବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts