Breaking News

ସତ୍ୟବାଦୀ ବ୍ଳକ ପକ୍ଷରୂ ଭୋଟର ସଚେତନତା ଆରମ୍ଭ


ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକର ତିନୋଟି ଗ୍ରାମ ପଞ୍ଚାୟତରେ  ଇଭିଏମ୍ ସହିତ ଭିଭିପାଟ ମେସିନ ସାହାର୍ଯ୍ୟରେ ଜନସଚେତନତା କରାଯାଇଛି ।  ଅଳଗୁମ ପଞ୍ଚାୟତରେ ସୋମବାର ଦିନ ସହକାରୀ ଯନ୍ତୀ ଭାଷ୍କର ପ୍ରସାଦ ଶତପଥୀ, କନିଷ୍ଠ ଯନ୍ତୀ ରତ୍ନେଶ୍ୱ କୁମାର ପ୍ରଧାନ, ଖଲାସି ବିଶ୍ୱମ୍ବର ମିଶ୍ର ଭୋଟର ମାନଙ୍କୁ କିପରି ମେସିନ ସାହାର୍ଯ୍ୟରେ ଭୋଟ ଦେବା ପରେ କେଉଁ ଚିହ୍ନରେ ଭୋଟ ଦେଲ ତାହା ମେସିନ ଦ୍ୱାରା ଜାଣି ପାରିବା ସମ୍ପର୍କରେ ଡେମୋନେଶନ କରି ଦେଖାଇଥିଲେ । ସ୍ଥାନୀୟ ଭୋଟର ଓ ଯୁବକ ମାନେ ଆଗ୍ରହ ସହକାରେ ଏହି ସଚତେନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଇଭିଏମ ଜାଲିଆତି ବୋଲି ଯେଉଁ ଅଭିଯୋଗ ହୋଉଥିଲା ତାହା ଏବେ ନିଭୁଲ ବୋଲି ଜଣିବା ପାଇଁ ଇଭିଏମ୍ ସହିତ ଭିଭିପାଟ ମେସିନ ଲଗାଯାଇଛି । ଭୋଟର ନିଜର ମତ ଇଭିଏମରେ ଦେଲାପରେ ଭିଭିପାଟରେ ଦେଖିବ କେଉଁ ଚିହ୍ନରେ ଭୋଟ ଦେଲେ । କିଛି ସମୟ ପରେ ଆପେ ଆପେ ତାହା ଲକ୍ ହୋଇଯିବ ବୋଲି ଜଣାପଡିଛି ।   ସେହିପରି ଆଳିସ ପଞ୍ଚାୟତରେ ଜେଇ ସୁଧାଂଶୁ ଶେଖର ରଥ, ଜେଇ କ୍ଷୀତିଶି ମଲିକ, ଖଲାସି  ପ୍ରଭାକର ରଥ , ଶକୁଳ ପଞ୍ଚାୟତରେ ଡ୍ୟୁଇଓ ଅମିତା ମିଶ୍ର, ବିଏସଏସ ଓ ସୂର୍ଯ୍ୟ ପ୍ରସାଦ ପାତ୍ର, ଖଲାସି ଶିଶର ମହାପାତ୍ର ସଚେତନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଡିଓ ଡ. ଗୌରବ ମୟ ପ୍ରଧାନ, ଜିପିଓ ମଣ୍ଟୁ ସ୍ୱାଇଁ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts