ଐତିହ୍ଯ ଗ୍ରାମ ରଘୁରାଜପୁର ପ୍ରସାର ଓପ୍ରଚାର ନିମନ୍ତେ ଖବରଦାତା ସମ୍ମଳନୀ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ଗ୍ରାମର ଉନ୍ନତି ଓ ପ୍ରସାର ପ୍ରଚାର ନିମନ୍ତେ ଗ୍ରାମରେ ଥିବା ମା’ ଭୁଆଷୁଣୀ ନାଟ୍ୟ ମଣ୍ଡପରେ ରଘୁରାଜପୁର ଭିଜନ- ୨୦୧୯ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମଳନୀ ରଘୁରାଜପୁର ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦ୍ୟେଶ ସରକାରୀ ଭାବରେ ଚିହ୍ନଟ ବା ଘୋଷଣା କରାଯାଇଥିବା ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ମାନଙ୍କୁ ବାଧାପାପ୍ତ ଦିଆଯାଇ ଅନ୍ୟତ୍ର ନିଆଯାଇଛି । ରଘୁରାଜପୁର ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ବାଇପାସ ରାସ୍ତାରେ ରଘୁରାଜପୁର ଚିହ୍ନଟ ପାଇଁ ବୋର୍ଡ ମାରିବା, ଚନ୍ଦନପୁର ଥାନା ଠାରୁ ରଘୁରାଜପୁର ରାସ୍ତା ଉପରେ ଜବର ଦଖଲ ଉଛେଦ, ବାସୁଦେଇପୁର ଗଡାଣିଠାରୁ ଗ୍ରାମ୍ୟ ରାସ୍ତା ଜବର ଦଖଲ କରିବା ସହ ସେଠାରେ ହସ୍ତଶିଳ୍ପ ଦେକାନ କରି ପର୍ଯ୍ୟଟକ ମାନଙ୍କୁ ରଘୁରାଜପୁର ଗ୍ରାମ କହି ଶୋଷଣ କରୁଛନ୍ତି । ପର୍ଯ୍ୟଟକ ମାନେ ପକୃତ ପକ୍ଷେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ପକୃତ ପାରମ୍ପାରିକ ହସ୍ତଶିଳ୍ପ କାରିଗରୀ କଳାକୁ ପର୍ଯ୍ୟଟକ ମାନେ ଦେଖିବାରୁ ବଞ୍ଚିତ ହୋଉଛନ୍ତି । ସେହିପରି ଜାନକାଦେଇପୁର ଷ୍ଟେସନ ଠାରେ ଥିବା ଲେବୁଲ କ୍ରସିଂ ବନ୍ଦ କରାଯାଇ ଯେଉଁ ଅଣ୍ଡରଗ୍ରାଉଣ୍ଡ ରାସ୍ତା କରାଯାଇଛି ତାହା ମରଣଯନ୍ତା ପାଲିଟିଛି । ଯାହା ଫଳରେକି ବଡ ଗାଡି ଆସୁନାହିଁ । ଏଣୁ ତୁରନ୍ତ ଲେବୁଲ କ୍ରସିଂ ଖୋଲିବା ପାଇଁ ଦାବୀ କରାଯାଇଥିଲା । ଶେଷରେ ଭୁବନେଶ୍ୱର ଥିବା ସଂସ୍କୃତି ବିଶ୍ୱିଦ୍ୟାଳୟ ଠାରେ ପାରମ୍ପାରିକ ପଟ୍ଟଚିତ୍ର ନିମନ୍ତେ ଏକ ବିଭାଗ ଖୋଲିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି । ଯେହେତୁ ଉକ୍ତ ଗ୍ରାମରେ ୧୫୦ ପରିବାର ଏହି ପାରମ୍ପାରିକ କଳା, ସଂସ୍କୃତିକୁ ନେଇ ବଞ୍ଚିତ । ଏଣୁ ସରକାର ତୁରନ୍ତ ଏହାର ସମାଧାନ କରିବା ପାଇଁ ଗ୍ରାମ୍ୟ ସଭାପତି ବିଶ୍ୱନାଥ ସ୍ୱାଇଁ, ଗ୍ରାମ୍ୟ ସମ୍ପାଦକ ଆକାଶ ସ୍ୱାଇଁ, ସରପଞ୍ଚ ପୁଷ୍ପାରାଣି ପୁଷ୍ଟି, ସାଂସଦଙ୍କ ପ୍ରତିନିଧି ପ୍ରଭାତ ପୁଷ୍ଟି, ଡିଆଇସିର ସହକାରୀ ପରିଚାଳକ ହେମନ୍ତ ନାୟକ ଓ ପୁରୀ ସଦର ଆଇପିଓ ମନମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି