ପିପିଲି ପୂଲିସି ପକ୍ଷରୁ ବେବିନା ପରିବାରଙ୍କୁ ସୁରକ୍ଷା ମିଳିଲା
ସାକ୍ଷୀଗୋପାଳ-----ବହୁ ଚର୍ଚ୍ଚିତ ପିପିଲି ବେବିନା ହତ୍ୟାକାଣ୍ଡ ଘଟଣାର କୋର୍ଟରାୟ ପ୍ରକାଶ ପାଇବା ପରେ ବିବାଦିୟ ବୟାନ ଗଣମାଧ୍ୟମକୁ ଦେଇ ପ୍ରଦୀପ ମହାରଥି ମନ୍ତ୍ରୀ ପଦ ରୁ ଇସ୍ତଫା ଦେଇଛନ୍ତି । ବେବିନା ଘର ପରିବାର କୁ ଭେଟିବା ପାଇଁ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅନେକ ଥର ଏକ ଟିମ ପରିଦର୍ଶନରେ ଆସିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ସଭାରୋ ଏହି ଘଟଣା ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆସି ବେବିନା ଘର ପରିବାର ର ମା ବାପା ଓ ଭାଇକୁ ଭେଟିଥିଲେ ତାଙ୍କ ପରିବାର ବିପଦରେ ରହିଅଛି ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଏକ ସମ୍ବାଦିକ ସମ୍ମିଳନି କରି କହିଥିଲେ । ସୂଚନା ଥାଉକି ୨୦୧୧ ମସିହାରେ ବହୁ ଚର୍ଚ୍ଚିତ ପିପିଲି ଅଜ୍ଜୁନଗୋଦା ଗ୍ରାମ ବେବିନା ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ଦୁଇ ଭାଇ ନିର୍ଦ୍ଦୋଶ ଖଲାସ ଘଟଣା ପରେ ପରିବାରକୁ ଧମକ ଦିଆଯାଉଥିବା ଓ ପରିବାର ପ୍ରତି ବିପଦ ରହିଥିବା ନେଇ ବେବିନା ପରିବାର ପକ୍ଷରୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ପୁଲିସ ପକ୍ଷରୁ ଉକ୍ତ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ରାଚଂଳ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶି ଓ ପୁରି ଏସ୍ପି ସାର୍ଥକ ଷଢଙ୍ଗି ଙ୍କ ନିର୍ଦ୍ଦେଶରେ ବେବିନା ପରିବାରକୁ ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡ ୨୪ ଘଣ୍ଟିଆ ମୃର୍ତୟନ କରାଯାଇଛି । ଜଣେ ପୁଲିସ ଅଫିସର ସହିତ ୪ଜଣ ଫୋର୍ସ ତଦାରଖ ଦାୟିତ୍ୱରେ ଥିବା ନେଇ ସୁଚନା ଦେଇଚନ୍ତି ପିପିଲି ଥାନା ଅଧିକାରି ଶରତ କୁମାର ସାହୁ । ଆଜି ଅଜ୍ଜୁନଗୋଦା ଗ୍ରାମକୁ ଯାଇ ପିପିଲି ଏସ୍ଡିପିଓ ଦିଲ୍ଲିପ କୁମାର ତ୍ରିପାଠି ଓ ଥାନା ଅଧିକାରି ଶରତ କୁମାର ସାହୁ ପରିବାର କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ବେବିନା ର ପରିବାକୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି