Breaking News

ସତ୍ଯବାଦୀରେ ନିଖିଳ ଓଡିଶା ଅଙ୍ଗନଵାଡି କର୍ମୀ ସଂଘ ଧର୍ମଘଟରେ ସାମିଲ : ସିଡିପିଓଙ୍କ କାର୍ଯ୍ଯାଳୟ ଆଗରେ ଧାରଣା


ସାକ୍ଷୀଗୋପାଳ--- ସତ୍ୟବାଦୀ ସମନ୍ନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଦିନ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ( ଏଆଇଟିୟୁ ସି ) ପକ୍ଷରୁ ଧର୍ମଘଟ କରାଯାଇଛି ।  ସତ୍ୟବାଦୀ ଅଙ୍ଗନୱାଡି ସଂଘର ସମାନେତ୍ରୀ ନିରଞ୍ଜନା ଦୀକ୍ଷିତି ଓ ସମ୍ପାଦିକା ଲକ୍ଷ୍ମୀପିୟା ମହାପାତ୍ରଙ୍କ ଆହ୍ୱନକ୍ରମେ ୧୬୫ ଅଙ୍ଗନୱାଡି କର୍ମୀ ଓ ହେଲପର ମାନେ ଧର୍ମଘଟରେ ସାମିଲ ହୋଇଥିବାର ଦେଖାଯାଇଛି । ୧୧ ଦଫା ଦାବି ନେଇ ବିଭିନ୍ନ ଟ୍ରେଡ ୟୁନିୟନ ସଂଗଠନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛନ୍ତି । ମଙ୍ଗଳ ଓ ବୁଧବାର ଏହି ଦୁଇଦିନ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରାଯାଇଛି । ଏହି ବନ୍ଦ ଡକାରକୁ ବିଜେଡି ଓ କଂଗ୍ରେସ ମଧ୍ୟ ସମର୍ଥନ କରୁଛି । ଏହି ବନ୍ଦ ଡାକରାକୁ ନଜର କରି ରାଜ୍ୟ ସରକାର ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି । ସେହିପରି ବ୍ୟାଙ୍କ ଗୁଡିକ ବନ୍ଦ ରହିଛି । ଜାତୀୟ ରାଜପଥ ନଂ-୩୧୬ ଖାଁ ଖାଁ ଲାଗୁଛି । କୌଣସି ବେସରକାରୀ ବା ସକରାରୀ ଯାନ ବାହନ ଚଳାଚଳ କରୁନାହିଁ । ଅନ୍ୟପକ୍ଷେ ସକାଳ ୬.୨୫ରେ ପୁରୀ -- କେନ୍ଦୁଝର ଓ ପୁରୀ - ପାରଦ୍ୱୀପ ଟ୍ରେନ ପୁରୀ ପଟୁ ଯାଇଛି । ଅନ୍ୟ ସମସ୍ତ ଗାଡି ପୁରୀ ରେଳଷ୍ଟେସନ ଠାରେ ସିପିଆଇ (ଏମ) ପକ୍ଷରୁ ରୋଳରୋକ କରାଯାଇଛି । ବିଜେଡି ଦଳ ଏଥିରେ ସିଧା ସଳକ ସାମିଲ ନ ହୋଇଥିଲେ ମଧ୍ୟ ବିଜେଡି ସମର୍ଥନ କିଛି ସଂଗଠନ ଏଥିରେ ସାମିଲ ହୋଇଥିବାର ଦେଖାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts