ସରକାରୀ ଡାଇରୀରେ ଭୁଲ ଲେଖା ଲେଖି ଏବେ ଅଡୁଆରେ ରାଜ୍ଯ ପ୍ରଶାସନ
ସାକ୍ଷୀଗୋପାଳ ---- ସରକାରୀ ପ୍ରଶାସନଏବେ ସରକାରୀ ଡାଇରିରେ ଭୁଲ ଲେଖା ଲେଖି ଅଡୁଆରେ ପଡିଛନ୍ତି । ତୁରନ୍ତ ତୃଟି ସଂଶୋଧନ କରିବା ସହ କ୍ଷମା ପ୍ରାର୍ଥନା ମାଗିବା ପାଇଁ ସତ୍ୟବାଦୀ ବିଜେପି ଦେଇଛି ଚେତାବନୀ । ଯେଉଁଠି ସରକାରୀ ପ୍ରଶାସନରେ ଓଡିଆ ଅଧିକାରୀ ନାହାନ୍ତି ସେଠାରେ ଏହିପରି ଭୁଲ ତ୍ରୁଟି ପ୍ରଶାସନ କରୁଥିବେ ବୋଲି ସତ୍ଯବାଦୀ ବିଜେପି ନେତା ମାନେକହିଛନ୍ତି । ଏହି ପରିପେକ୍ଷୀରେ ସତ୍ୟବାଦୀ ବିଜେପି ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡରୁ ଏକ ମଟର ସାଇକେଲ ରାଲି ବାହାରି ବଜାର ଦେଇ ସାକ୍ଷୀଗୋପିନାଥ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ସେଠାରେ ଏକ ପ୍ରତିବାଦର ସଭାର ଆୋଜନ କରାଯାଇଥିଲା । ସଭାରେ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂହ, ନାରିକେଳ ବୋର୍ଡ ସଦସ୍ୟ ଡ. ବିଶ୍ୱନାଥ ରଥ, ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବ, ସତ୍ୟବାଦୀ ମଣ୍ଡଳ ଉପସଭାପତି ଅମର ଶତପଥୀ, କାଦମ୍ଭିନି ପଣ୍ଡାଙ୍କ ସହ ଜିଲ୍ଲା ଉପସଭାପତି ଟୁଟୁ ବଡ ଜେନା ପ୍ରମୁଖ ଯୋଗଦେଇଥିଲେ । ସରକାରୀ ଡାଇରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଧର୍ମପଦ କବିତାକୁ କବିବର ରାଧାନାଥ ରାୟଙ୍କ ନାମରେ ପ୍ରକାଶ କରିବା ସହ ଶ୍ରୀରାୟଙ୍କ ଫଟୋ ମଧ୍ୟ ଛାପି ଛନ୍ତି । ଏତେବଡ ଭୁଲ କିପରି ହେଲା ତାହା ତଦନ୍ତ ସାପେକ୍ଷ । ସରକାରୀ ପ୍ରଶାସନ ବର୍ଷ ଆରମ୍ଭରୁ ଏପରି ତୃଟି କରିଛନ୍ତି । ଯାହାକି ସରକାରୀ କଳ କେତେ ଦାୟତ୍ୱ ବାନ ତହା ଏହି ଡାଇରୀ ପ୍ରମାଣ ଦେଇଛିବୋଲି ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଉପସ୍ଥିତ ବୃଦ୍ଧଜିବୀ ମାନେ ସରକାରଙ୍କ ପ୍ରଶାସନିକ ଖାମ ଖିଆଲକୁ ନା ପସନ୍ଦ କରିଥିବାର ଜଣାପଡିଛି । ଆଗାମି ଦିନରେ ଏହି ତୃଟି ସଂଶୋଧନ କରାନଗଲେ ରାଜ ରାସ୍ତାକୁ ଓହ୍ଳାଇବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି