Breaking News

ସାକ୍ଷୀଗୋପାଳରେ ସପ୍ତଦଶ ସନାତନ ଧର୍ମ ସମ୍ମଳନୀ


ସାକ୍ଷୀଗୋପାଳ--- କେନ୍ଦ୍ର ଆର୍ଯ୍ୟଜୀବନ ସମିତି ପକ୍ଷରୁ ସାକ୍ଷୀଗୋପାଳ ଶଖା ଆନୁକୂଲ୍ୟରେ ସପ୍ତଦଶ ବୈଦୀକ ସନାତନ ଧର୍ମ ସମ୍ମଳନୀ  ଶନିବାର ସାକ୍ଷୀଗୋପିନାଥ ମନ୍ଦିର ନିକଟ ଶ୍ରୀରାମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ସଭାପତି ସୁଧାଂଶୁ  ମହାପାତ୍ରଙ୍କ ଠାରୁ ପ୍ରକାଶ  ।ଏହି ଧର୍ମ ସମ୍ମଳନୀ ଦୁଇଦିନ ଧରି ଅନୁଷ୍ଠିତ ହେବ ।  ଏହି ଧର୍ମ ସମ୍ମଳନୀରେ କେନ୍ଦ୍ର ଆର୍ଯ୍ୟ ଜୀବନ ସମିତିର ଗୋପାଳଚନ୍ଦ୍ର ମିଶ୍ର ଶର୍ମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବର୍ଣ୍ଣାଶ୍ରମ ଧର୍ମ, ବ୍ରାହ୍ମଣ୍ୟ ଧର୍ମ, ଭାରତୀୟ ବୈଦିକ ସଂସ୍କୃତି ଓ ଗୀତାଜ୍ଞାନ ବିଷୟରେ ଆଲେଚନା କରାଯିବ ବୋଲି ଜଣାପଡିଛି ।ଏହି ଧର୍ମ ସଭାରେ ଯୋଗଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । 
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts