ସତ୍ୟବାଦୀରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ;୬୩ ଜଣ ଭିନ୍ନକ୍ଷମ ପିଲାଙ୍କୁ ପୁରଷ୍କାର ପ୍ରଦାନ
ସାକ୍ଷୀଗୋପାଳ---- ରାଜ୍ୟ ସରକାର ଗ୍ରାମସଭାରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେବା ଦରକାର ବୋଲି ବିଶ୍ୱ ଭିନ୍ନକ୍ଷମ ଦିବସରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଏକ ପ୍ରସ୍ତାବ ସରକାରଙ୍କ ପାଖରେ ଉତଥାପନ କରିଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ସହଯୋଗ ଓ ଟେକ ମହିନ୍ଦାର ଆର୍ଥିକ ସହାୟତାରେ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଟେକ ମହେନ୍ଦାର ଫାଉଣ୍ଡେସନ ଆସିସିଏଟର ମ୍ୟାନେଜର ଓଡିଶାର ରଶ୍ମି ରଞ୍ଜନ ମହାନ୍ତି ଓ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ସମ୍ପାଦିକା ମମତା ମିଶ୍ର ସମାଜସେବୀ ଦେବାଶିଷ ରଥ ପ୍ରମୁଖ ଜଗନ୍ନାଥଙ୍କ ପାଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ମାନେ କହିଥିଲେ ଯେ ଏମାନଙ୍କୁ ଆମେ ଭିନ୍ନକ୍ଷମ କହିବା ଠିକ ନୁହେଁ । ଏମାନେ ଏବେ ଆମ ପରି ସକ୍ଷମ, ସେମାନେ ସବୁ କିଛି କରି ପାରୁଛନ୍ତି । ଏମାନଙ୍କୁ କେବଳ ସୁବିଧା, ସୁଯୋଗ,ହାତ ବଡେଇ ପାରିଲେ ଏମାନ ସାଧାରଣ ପିଲାଙ୍କ ପରି ଆଗେଇ ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ଅନୁଷ୍ଠାନ ପକ୍ଷରୁ ୩୭୦ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମୁଖ୍ୟସୋତ୍ରରେ ସାମିଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ଅନୁଷ୍ଠାନର ସଂଯୋଜିକା ମୋନାଲିସା ମହାପାତ୍ର ସୁଚନା ଦେଇଛନ୍ତି । ଅନୁଷ୍ଠାନର ଉପସଭାପତି ରବୀନ୍ଦ୍ର କୁମାର ତ୍ରିପାଠୀ ସଭା ସଂଯୋଜନା କରିବା ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ଗଣିତଦୌଡ, ଜିଲାପିରେସ, ଦୌଡିଡିଆଁ, ମ୍ୟୁଜିକିଚେୟାର, ଆଳୁଚାମଚ ରେସ , ଥ୍ରୋବଲ, ଚିତ୍ରାଙ୍କନ ଆଦି ଖେଳ କରାଯାଇ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୬୩ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୁତ କରାଯାଇଥିଲା । ଧନ୍ୟବାଦ ଦେଇଥିଲେ କୁନ୍ତଳା ବରାଳ । ଅନୁଷ୍ଠାନର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୪---୭,୧୫ Sakhigopal News, 3/12/2024