ପ୍ରେସ୍ କ୍ଲବ ତରଫରୁ ସାଂସଦଙ୍କୁ "ଦାବି ପତ୍ର "ପ୍ରଦାନ
ଜଟଣୀ :-ସ୍ଥାନୀୟ ଟାଉନ ହଲ (ସ୍ରଷ୍ଟା) ଠାରେ ଭୁବନେଶ୍ୱର ସାଂସଦ ଙ୍କ ଦ୍ୱାରା ଆୟୋଜିତ ଓଡିଶା ପ୍ରସିଦ୍ଧ "ଗଣେଶ'ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ଆରମ୍ଭରୁ ଜଟଣୀ "ପ୍ରେସ କ୍ଲବ' ର ସଭାପତି, ସମ୍ପାଦକ ଏବଂ ସମସ୍ତ ସାମ୍ବାଦିକ କର୍ମକର୍ତ୍ତା ଙ୍କ ତରଫରୁ ଏକ ଅଭିଯୋଗ ପତ୍ର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦିଆଯାଇଛି । ସୂଚନା ମୁତାବକ ଆଜିର ବୈଠକକୁ ମିଶାଇ ମୋଟ ଚାରି ଥର ଏହିଭଳି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲାଣି ।ପ୍ରଥମେ ପୌର ପରିଷଦ ପକ୍ଷରୁ ରେଲୱେ ଅଫିସର୍ସ କ୍ଲବ,ଦ୍ଵିତୀୟରେ ବ୍ୟବସାୟୀ ମହାସଂଘ ପକ୍ଷରୁ ଖଣ୍ଡୁଆଳ ମନ୍ଦିର ଠାରେ, ତୃତୀୟରେ ଭୁବନେଶ୍ବର ଡିସିପି ଓ ଜଟଣୀ ପୋଲିସ ପକ୍ଷରୁ ଧର୍ମଶାଳା ଠାରେ ଏବଂ ଆଜି ସାଂସଦ ଭୁବନେଶ୍ବରଙ୍କ ଉପସ୍ଥିତିରେ ଟାଉନ ହଲ ( ସ୍ରଷ୍ଟା) ଠାରେ ଗଣେଶପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି । କିନ୍ତୁ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଜଟଣୀର ସମସ୍ୟା ଯେଉଁଠି ସେଇଠି । ପ୍ରସ୍ତୁତି କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି ।ଜଟଣୀ ପୌରାଞ୍ଚଳରେ ଆଜି ପର୍ଯ୍ୟନ୍ତ ସଠିକ ଭାବରେ ଆବର୍ଜନା ସଫେଇ ଓ ଡ୍ରେନ ସଫା କାର୍ଯ୍ୟ ହୋଇ ପାରିନାହିଁ l ମୁଖ୍ୟ ରାସ୍ତା ଠାରୁ ଗଳି କନ୍ଦି ପ୍ରାୟ ସବୁଆଡେ ଅଳିଆ ଆବର୍ଜନା ଏବଂ ଡ୍ରେନ ଅବସ୍ଥା ସଂଗୀନ ।ଏପରିକି ଲକ୍ଷ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ପାର୍କ ଗୁଡିକରେ ଆଣ୍ଠୁଏ ଉଚରେ ପାଣି ଜମା ହୋଇ ରହିଛି ।
ସେହିଭଳି ବ୍ୟବସାୟୀ ସଂଘ ଦ୍ୱାରା ଯେଉଁ ସମସ୍ୟା ସବୁ ପୌର ପରିଷଦ ନଜରକୁ ଆଣିଥିଲା ତାହା ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଖାସ କରି ମାଛ ମାର୍କେଟ, ବଡ଼ ବଜାର, ସୀତାରାମ ଛକ ବଜାର କମିଟି ବହୁ ସମସ୍ୟା ଭିତରେ । ଫ୍ଲାଏ ଓଭର ବ୍ରିଜ ତଳେ ଜବରଦଖଲ ହେଉ କିମ୍ବା ଆପ୍ରୋଚ ରୋଡ଼ରେ ବିରାଟ ବିରାଟ ଖାଲ ଖମା ବର୍ତ୍ତମାନ ସବୁଠାରୁ ମୁଖ୍ୟ ସମସ୍ୟା ହୋଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ପ୍ଲାଏ ଓଭର ବ୍ରିଜ ଉପରେ କଂକ୍ରିଟ ଉଠିଯାଇ ଖାଲ ହେବା ପ୍ରସଙ୍ଗରେ ତୁରନ୍ତ ସ୍ଥାୟୀ ମରାମତି ପାଇଁ ପୂର୍ତ୍ତ ବିଭାଗପୌର ଅଧକ୍ଷ ଏକ ଚିଠି ଲେଖିଥିଲେ ।ସମାଧାନ ନହେଲେ ରାସ୍ତା ରୋକ କରାଯିବ ବୋଲି ଚିଠିରେ ଚେତାବନୀ ଦେଇଥିଲେ । କିନ୍ତୁ ପୂର୍ତ୍ତ ବିଭାଗ ପୌର ଅଧକ୍ଷଙ୍କ କଥାକୁ ଶୁଣିଲେନି । ଯାହାକୁ ନେଇ ଉଭୟ ପୌର ପରିଷଦ ଏବଂ ପୂର୍ତ୍ତ ବିଭାଗ ଉପରେ ଜଟଣୀବାସୀ ଙ୍କ ଭରସା ତୁଟି ଗଲାଣି । ଯେତେବେଳେ ଖୋଦ ପୌର ଅଧକ୍ଷଙ୍କ ଚିଠିର କୌଣସି ମାନେ ନାହିଁ ସେତେବେଳେ ସାଧାରଣ ଲୋକେ ବା କଣ କରିପାରିବେ । ସେହିପରି ଗଣେଶ ପୂଜା ଆସିଲେ ଡିସିପି ଆସନ୍ତି ପୂଜା ପ୍ରସ୍ତୁତି ବୈଠକ କରିବାକୁ l ଦଶ ବର୍ଷ ଧରି ସହରରେ ସାମାନ୍ୟ ଟ୍ରାଫିକ ପୋଲିସ ନିୟୋଜିତ କରିବାକୁ ଲୋକମାନେ ବାରମ୍ବାର ଦାବି ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲାନାହିଁ l ଜଟଣୀର ଦୁର୍ଘଟଣା ପ୍ରବଣ ସ୍ଥାନ ହରିଭାଇନା ଛକ ଠାରେ ଏକ କୋଣରେ ଗୋଟିଏ ଟ୍ରାଫିକ ପୋଷ୍ଟ ଦୀର୍ଘ ମାସ ହେଲାଣି ତିଆରି ହୋଇ ପଡି ରହିଛି l କିନ୍ତୁ ସେଠାରେ ଟ୍ରାଫିକ ପୋଲିସ ଡିଉଟି କରିବାର କେହି କେବେ ଦେଖି ନାହାନ୍ତି l ଏହି ସବୁ ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ରରେ ସୂଚିତ କରାଯାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୪----୧୦,୫୫ Sakhigopal News,2/9/20