Breaking News

ଗଣେଶ ପୂଜାଉତ୍ସବ ସମୟରେ ରାସ୍ତା କଡ଼ରେ ମେଲୋଡ଼ି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉପରେ ରୋକ୍ ନେଇ ଦାବିପତ୍ର



ଜଟଣୀ : ଜଟଣୀ ପୌରାଞ୍ଚଳରେ ପୌର ପାଳିକାର ଅପାରଗତା ପାଇଁ ମୁଖ୍ୟରାସ୍ତା କଡ଼ ଜବର୍ ଦଖଲ ହୋଇ ଦୋକାନ ବଜାର ଯୋଗୁଁ ଟ୍ରାଫିକ ସମସ୍ଯା ବୃଦ୍ଧି ମୁଖ୍ୟ କାରଣ ସାଜିଛି l ଏହି ମର୍ମରେ ଗଣେଶ ପୂଜା ଓ ମହୋତ୍ସବ ପାଖେଇ ଆସିଲାଣି, ଯାହା ଲାଗି ମୁଖ୍ୟ ରାସ୍ତା ଆହୁରି ଜାମ୍ ହୋଇ ଟ୍ରାଫିକ ସମସ୍ଯା ଅସମ୍ଭାଳ ହେବ l ତେବେ ଦେଖାଯାଇଛି ଦୁଇବର୍ଷ ହେବ ଲୋକ ଦେଖାଣିଆ ଭାବେ ମୁଖ୍ୟ ରାସ୍ତା କଡ଼ରେ ଧାଡ଼ି ଧାଡ଼ି ହୋଇ ସମ୍ବର୍ଦ୍ଧନା ପେଣ୍ଡଲ, ମେଲୋଡ଼ି ଉତ୍ସବ ଆଦି ଅନୁଷ୍ଠିତ କରାଯାଇ ଶବ୍ଦ ପ୍ରଦୂଷଣ ସହିତ ରାସ୍ତା ଜାମ କରୁଥିବା ବେଳେ ଏ ବାବଦରେ ସ୍ଥାନୀୟ ପ୍ରଶାସନ ଏକ ପ୍ରକାର ଆଖି ବନ୍ଦ କରିଦେଉଥିବା ସାଧାରଣରେ ଅଭିଯୋଗ ହେଉଛି l ଏଭଳି କାର୍ଯ୍ୟକ୍ରମ ମାନ କରାଯିବା ଦ୍ଵାରା ସେହି ସମୟରେ ଭସାଣୀ ମେଢ଼ ରାସ୍ତା ଘଣ୍ଟା ଘଣ୍ଟା ଧରି ଏମିତି ଜାମ୍ ହୁଏ ଯେ ଚାଲିକରି ଯିବା ସମ୍ଭବ ହୁଏ ନାହିଁ l ସେହିପରି ରାସ୍ତା ସମ୍ପୂର୍ଣ୍ଣ ଭାବେ ଅବରୋଧ ହେବା ସହ ମଦ୍ୟପ ଉଦଭ୍ରାନ୍ତ ଯୁବକଙ୍କ ଆକ୍ରୋଶର ଶିକାର ହୁଅନ୍ତି ବାଟରେ ଗାଡ଼ି ଚାଳନା କରି ଯାଉଥିବା ସାଧାରଣ ଲୋକ ଓ ଅନ୍ୟାନ୍ୟ ଗାଡ଼ି ମୋଟର ଚାଳକ l ଏହି ପରିପ୍ରେକ୍ଷୀରେ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଭୁବନେଶ୍ବର କମିଶନରେଟ ପୁଲିସର ଡିସିପି ଏବଂ ଜଟଣୀ ଥାନାଧିକାରୀଙ୍କୁ ସାକ୍ଷାତ କରାଯାଇ ଉପରୋକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପୂର୍ବକ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ସନ୍ତୋଷ କୁମାର ହୋତା, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ ଓ ଶରତ କୁମାର ରେଡି, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, ଉପସଭାପତି ଦିଲୀପ ସିଂ, ସହ ସମ୍ପାଦକ ଅମିନ ରାଉତ, ପ୍ରଶାନ୍ତ କୁମାର ସାହୁ, ପରେଶ ପଟ୍ଟନାୟକ, ଅବଦୁଲ ସତ୍ତାର, ରାଜକିଶୋର ରଣସିଂହ,ରଙ୍କନାଥ ମୁଦୁଲି, ସମ୍ପାଦକ ଦେବପ୍ରସାଦ ଦାଶ, ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୯/୨୦୨୪----୧୦,୫୦  Sakhigopal News,2/9/2024

Blog Archive

Popular Posts