Breaking News

ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଲେ ଗଜାନନ



ସାକ୍ଷୀଗୋପାଳ, ---  ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଛନ୍ତି ଗଜାନନ ।   ବିଭିନ୍ନ ବିଦ୍ୟାଳୟ, କଲେଜ,ବେସରକାରୀ ଶିକ୍ଷାଅନୁଷ୍ଠାନ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କ୍ଳବ, ବ୍ୟବସାୟୀ ସଂଘ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ, ମାକ୍ଷେତ୍ରପାଳି ଗୋଟିପୁଅ ନୃତ୍ୟୁ ପରିଷଦ, ମାକ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦ , ବରାଳ ବାଲୁଙ୍କେଶ୍ୱର ଗଣେଶ ପୂଜା କମିଟି,  ସାକ୍ଷୀଗୋପାଳ ଗଣେଶ ମଣ୍ଡପ, ବଡ ବଜାର, ସିଂହଦ୍ୱାର, ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ଗଣେଶ ମନ୍ଦିର ସହିତ ବିଭିନ୍ନ ସାହି ମାନଙ୍କରେ ଯୁବକ ସଂଘ  ମାନେ ଗଜାନନଙ୍କୁ ପୂଜା କରିଛନ୍ତି । ସକାଳୁ ସକାଳୁ ପିଲାମାନେ ନୂତନ ବସ୍ର ପରିଧାନ କରି ହାତରେ ଫୁଲ, ନଡିଆ, ରାଶିଲଡୁ, ଫଳମୂଳ ଧରି ପୂଜା ସ୍ଥଳରେ ପହଞ୍ଚିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ । ଅନେକ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ କରାଯାଇଥିଲା ।  ସେହିପରି ବଡବଜାର, ଗେଟବଜାର, ମାଛ ବଜାର ଆଦି ସ୍ଥାନ ମାନଙ୍କରେ ଅପରାହ୍ନରେ ଗଜାନନଙ୍କର ପୂଜା ଅନୁଷ୍ଠିତ ହୋଇଥିଲା  ।  ସେହିପରି ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ରଙ୍ଗ ବେରଙ୍ଗର ଆଲୋକ ସଜା ସହିତ ବିଭିନ୍ନ ତୋରଣ କରାଯାଇଥିବାର ଦେଖାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୯/୨୦୨୪---୭,୨୫   Sakhigopal News, 7/9/2024

Blog Archive

Popular Posts