Breaking News

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଜୟନ୍ତୀ ପାଳନ




ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ମାନପୁର ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୁରୁଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ପ୍ରଧାନଶିକ୍ଷକ ସର୍ବପଲ୍ଲୀ ରାଧାକୃଷ୍ଣନ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।  ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ପୁଷ୍ପ ଅର୍ପଣ କରିଥିଲେ। ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ର ଜନ୍ମ, ଜୀବନୀ ଉପରେ ମାର୍ଗଦର୍ଶନ କରି ଥିଲେ।ଏହି ସମୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ଆଲୋକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୯/  ୨୦୨୪----୯,୧୦ Sakhigopal News,6/9/2024

Blog Archive

Popular Posts