Breaking News

ବକୁଳ ବନରେ ଥିବା ସିଦ୍ଧ ବଳରାମ ଙ୍କ ପୀଠ ର ଉନ୍ନତି ପାଇଁ କମିଟି ଗଠନ

ସାକ୍ଷୀଗୋପାଳ ---ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ସିଦ୍ଧ ବକୁଳ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭାର ଉପ ସଭାପତି ଶ୍ର ଉମା ବଲ୍ଲଭ ମାହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଟ୍ରଷ୍ଟ ର ସଭାପତି ସୁଦର୍ଶନ ପ୍ରଧାନ,ସମ୍ପାଦକ ସୁଶାନ୍ତ କୁମାର ରଥ, ବିଦୁତ୍ ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ, ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର , ପେଣ୍ଠପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚିନ୍ମୟ ରାଉତ ,ସମାଜସେବୀ ପ୍ରଶାନ୍ତ ବିଶ୍ଵାଳ , ଦୂର୍ଗେଶ ଚନ୍ଦ୍ର ମିଶ୍ର,ସାକ୍ଷୀ ଗୋପୀନାଥ ଦେବଙ୍କ ସେବାୟତ ଜୋତି ଶଙ୍କର ଖୁଣ୍ଟିଆ, ଶ୍ୟାମସୁନ୍ଦର ମହାପାତ୍ର, ସିଦ୍ଧ  ବକୁଳ ମନ୍ଦିର ପୂଜକ  ଦେବରାଜ ପଣ୍ଡା,ସୋମନାଥ ମହାପାତ୍ରଙ୍କ ଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏଠାରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା,ରଥଯାତ୍ରା, ଓ ନୀଳାଦ୍ରି ବିଜେ ପହଣ୍ଡି କାର୍ଯ୍ୟ ସମୟରେ ଶ୍ରୀ ଅଂଗ ସୁରକ୍ଷା ନିମନ୍ତେ ସେନାପଟା ଓ ବାହୁଟ ପାଇଁ  ଆବଶ୍ୟକ ବଉଳ କାଠ  ତାଙ୍କର ପ୍ରିୟ ଆଜା ଘର( ସିଦ୍ଧ ବଳରାମ) ମନ୍ଦିର ବାଡ଼ିରୁ କଟାଯାଇ ଶଗଡ଼ି ରେ ପୁରୀ  ପଠା ଯିବା ପରମ୍ପରା କେଉ ଯୁଗରୁ ଚାଲି ଆସୁଛି। ଏତତ୍ ବ୍ୟତୀତ ଏ ମନ୍ଦିରରେ ବିବାହ,ବ୍ରତ, ନିର୍ବନ୍ଧ ଆଦି ଅନେକ ମାଙ୍ଗଳିକ କାର୍ଯ୍ୟ ସମାପନ କରାଯାଉଥିଲେ ମଧ୍ୟ ଏ ଐତିହ ମନ୍ଦିର ଆଜି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ଅଛି । ଏ ପୀଠ ଉନ୍ନତି କରିବା ପାଇଁ ସତ୍ୟବାଦୀ ସେବା ଟ୍ରଷ୍ଟ ର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ରଥ ଙ୍କ ଆବାହକ ରେ   ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ନେଇ  ଏକ ଟିମ୍ ଗଠନ କରାଗଲା । ପରବର୍ତ୍ତୀ ସମୟରେ ଉକ୍ତ ଟିମ୍ ର ମାର୍ଗ ଦର୍ଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ତତ୍ୱା ବଧାନ ରେ ଏମାନେ  ଶ୍ରୀମନ୍ଦିର ପ୍ରଶାସକ, ରାଜ୍ୟ ସରକାର ଓ ଜନ ପ୍ରତିନିଧି ସହ ଆଲୋଚନା କରି ଏହାର ରୂପରେଖ ଓ ସୁନ୍ଦରତା କିପରି କରାଯିବ ତାହା ଉପରେ ବିଶଦ ସବିଶେଷ ଆଲୋଚନା ହୋଇଥିଲା । ଏଥିରେ ସତ୍ୟବାଦୀ ସେବା ଟ୍ରଷ୍ଟର ରିତା ତ୍ରିପାଠୀ, ଟିକିନା ମିଶ୍ର , ପ୍ରଶାନ୍ତ ନାୟକ, ନିଳକଣ୍ଠ ବାରିକ, ସୁକାନ୍ତ ବିଶ୍ଵାଳ, ଉପେନ୍ଦ୍ର ବିଶ୍ଵାଳ ଆଦି ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୮/୨୦୨୫---+୮,୩୫ Sakhigopal News,31/8/2025

Blog Archive

Popular Posts